କୋଷ୍ଠ କାଠିନ୍ୟତା ଦୂର କରିବା ଲାଗି କରନ୍ତୁ ଏହି ଉପାୟ

ଆଜିକାଲି ଅନେକ ଲୋକ କୋଷ୍ଠ କାଠିନ୍ୟ ରୋଗ ଦ୍ୱାରା ଆକ୍ରାନ୍ତ । ସେମାନେ ଏଥିରୁ ମୁକ୍ତି ପାଇବା ପାଇଁ ନିମ୍ନମତେ ପ୍ରାକୃତିକ ଉପଚାର କରି ପାରନ୍ତି ।
-କୋଷ୍ଠ କାଠିନ୍ୟ ଭୋଗୁଥିବା ଲୋକମାନେ ସକାଳୁ ଉଠିବା ମାତ୍ରେ ଏକ ଲିଟର ଉଷୁମ ଜଳ ପିଅନ୍ତୁ । ତା’ପରେ କିଛି ବାଟ ଚାଲନ୍ତୁ ।
-ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଇଲେ ପରଦିନ ସକାଳେ ଲଘୁଶଙ୍କା ବେଳେ ବିଶେଷ୍ଟ କଷ୍ଟ ଅନୁଭୂତ ହୋଇନଥାଏ । ଯଦି ବେଶି କଷ୍ଟ ହେଉଥାଏ, ତେବେ ସେହି କ୍ଷୀରରେ ଦୁଇ ଚାମଚ କାଷ୍ଟର ଅଏଲ୍‌ ବା ଜଡା ତେଲ ମିଶାଇ ପିଇଲେ ଭଲ ।
– କୋଷ୍ଠ କାଠିନ୍ୟ ଦୂର କରିବା ଲାଗି ଦିନକୁ ଦୁଇରୁ ତିନି ଥର ଉଷୁମ ପାଣିରେ ଲେମ୍ବୁ ରସ ମିଶାଇ ପିଅନ୍ତୁ ।
– ଉଷୁମ କ୍ଷୀରରେ ଅଳ୍ପ ମହୁ ମିଶାଇ ପିଇଲେ ମଧ୍ୟ କୋଷ୍ଠକାଠିନ୍ୟ ରୋଗରୁ ଉପକାର ମିଳିଥାଏ ।
-ଦୈନିକ ଦୁଇ ଥର ଇସବ୍‌ଗୋଲ୍‌ ପାଣିରେ ଗୋଳାଇ ପିଇଲେ ମଧ୍ୟ ସୁଫଳ ମିଳିଥାଏ ।
– ଦୈନିକ ତ୍ରିଫଳା ଚୁର୍ଣ୍ଣକୁ ଉଷୁମ ପାଣି ବା ଉଷୁମ କ୍ଷୀର ସହିତ ସେବନ କରିଲେ ମଧ୍ୟ କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିଥାଏ ।
-ଯଦି ପିଲାମାନଙ୍କ କ୍ଷେତ୍ରରେ ଏଭଳି ବ୍ୟାଧି ଦେଖାଦିଏ, ତେବେ ସେମାନଙ୍କୁ ଚୁଡା, ମୁଢି ଭଳି ଖାଇବାକୁ କୁହନ୍ତୁ । ଏପରିକି ପିଜୁଳି ମଧ୍ୟ ଚୋବାଇ ଖାଇଲେ ଉପକାର ମିଳିଥାଏ ।

photo-.hindustantimes.com

– ନିୟମିତ ସମୟରେ ଖାଦ୍ୟାଭ୍ୟାସ ଓ ଶାରୀରିକ ଶ୍ରମ ଜାରି ରଖନ୍ତୁ ।
– ଏପରି ଔଷଧ ସେବନ କରନ୍ତୁ, ଯାହା ପାର୍ଶ୍ୱ ପ୍ରତିକ୍ରିୟା ବିହୀନ ହୋଇଥିବ ।
-ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏବଂ ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ । ଏହା ମଧ୍ୟ ଉପକାରରେ ଆସିବ ।
-ଗ୍ୟାସ୍‌ ସୃଷ୍ଟିକାରୀ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହନ୍ତୁ ।

ସମ୍ବନ୍ଧିତ ଖବର