ଓଜନ ଏବଂ ମଧୁମେହ ରୋଗକୁ ନିୟନ୍ତ୍ରଣରେ ରଖିବା ପାଇଁ ସପ୍ତାହକୁ ୩ ଥର ଖାଆନ୍ତୁ ଏହି ପରିବା

ଆଜିକାଲି ଖାଇବା ପିଇବାର ସମୟ ଠିକ୍‌ ରହୁ ନ ଥିବାରୁ ଅନେକ ଶାରୀରିକ ସମସ୍ୟା ଦେଖା ଦେଉଛି । ଖାସ୍‌ କରି ଓଜନ ବଢ଼ିବା ଏବଂ ମଧୁମେହ ରୋଗ ହେବା ଆଜିକାଲି ସାଧାରଣ ହୋଇ ଗଲାଣି । ଶରୀରରେ ହେଉଥିବା ଏଭଳି ଅନେକ ସମସ୍ୟାର ନିରାକରଣ ପାଇଁ କୌଣସି ଔଷଧ ନୁହେଁ, ବରଂ ବିନ୍ସ ଖାଇବା ଲାଭଦାୟକ ହୋଇଥାଏ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । କିନ୍ତୁ ଏହା ସତ । ସପ୍ତାହକୁ ୩ ଥର ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂରେଇ ଯାଇଥାଏ । ସେ ସବୁ କ’ଣ ଆସନ୍ତୁ ଜାଣିବା…।

୧.ସବୁଜ ପନିପରିବା ଖାଇବା ଦ୍ୱାରା ହୃଦ୍‌ଜନିତ ସମସ୍ୟା ହ୍ରାସ ପାଇଥାଏ । ଏଥିରେ ଥିବା ତତ୍ତ୍ୱ କୋଲେଷ୍ଟ୍ରଲକୁ କମ କରିବାରେ ସାହାଯ୍ୟ କରିଥାଏ । ସେଥିପାଇଁ ସପ୍ତାହକୁ ୩ ଥର ବିନ୍ସ ଖାଇବା ଦରକାର। ଏଥିରେ ଥିବା ଫାଇବର ଏବଂ ପୋଟାସିୟମର ମାତ୍ରା ହୃଦୟକୁ ସୁସ୍ଥ ରଖିଥାଏ ।
୨.ବିନ୍ସରେ ଫ୍ଲାଭୋନଏଡ଼୍‍ସ ଏବଂ କ୍ୟାମ୍ପଫ୍ରଲ ରହିଥାଏ, ଯାହା ଶରୀରରେ କର୍କଟ ରୋଗ କୋଷିକାକୁ ସୃଷ୍ଟି ହେବାକୁ ଦେଇ ନଥାଏ ।
୩.ଯେଉଁ ଲୋକମାନଙ୍କର ପେଟ ସମ୍ଭନ୍ଧିତ ସମସ୍ୟା ରହିଛି, ସେମାନଙ୍କୁ ବିନ୍ସର ସେବନ ନିହାତି କରିବା ଦରକାର । ଏଥିରେ ଥିବା ତତ୍ତ୍ୱ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।

Image result for beans
Brooklyn Farm Girl

୪. ଏହାକୁ ଖାଇବା ଦ୍ୱାରା ମହିଳାମାନଙ୍କୁ ମାସିକ ଧର୍ମ ସମୟରେ ହେଉଥିବା ଅସୁବିଧାରୁ ମୁକ୍ତି ମିଳିଥାଏ ।
୫. ବିନ୍ସରେ ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ପ୍ରତିଦିନ ବିନ୍ସ ଖାଇବା ଦ୍ୱାରା ଏଥିରେ ମହଜୁଦ୍‌ ଥିବା ଫାଇବର ରକ୍ତରେ ସର୍କରା ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ ।

ସମ୍ବନ୍ଧିତ ଖବର