ମଣିଷ ଶରୀର ଏକ ଉଚିତ ସନ୍ତୁଳନ ଉପରେ ନିର୍ଭର କରି ଚାଲେ। ଠିକ୍ ସମୟରେ ଗାଧୋଇବା, ଖାଇବା, ପିଇବା, ଶୋଇବା ଓ ଉଠିବା ପରି ଠିକ୍ ସମୟରେ ଝାଡ଼ା, ପରିସ୍ରା କରିବା ବି ଜରୁରୀ। ଯଦି ଆମେ ଆମ ଦୈନନ୍ଦିନ ଜୀବନର ନିତ୍ୟ କାର୍ଯ୍ୟକୁ ବ୍ୟସ୍ତତା ହେତୁ ହେଳା କରନ୍ତି, ତାହାର କୁପରିଣାମ ଶରୀରକୁ ହିଁ ଭୋଗିବାକୁ ପଡ଼ିଥାଏ।
ବେଳେ ବେଳେ ରାତିରେ ନିଦ ପାଇଁ ହେଉ, ଅଫିସ୍ରେ କାମ ପାଇଁ ହେଉ କିମ୍ବା ଅନ୍ୟ କେଉଁ ସମୟରେ ଅଳସୁଆମୀ ପାଇଁ ହେଉ; ଆମକୁ ପରିସ୍ରାକୁ ଚାପିକି ରଖିବାକୁ ପଡ଼ିଥାଏ। ହେଲେ ଆପଣ ଜାଣନ୍ତି କି; ଯେତେବେଳେ ପରିସ୍ରା ଲାଗୁଛି ସାଙ୍ଗେ ସାଙ୍ଗେ ନକଲେ ଆମକୁ କେତେ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ?
ଉପଯୁକ୍ତ ପରିମାଣର ପାଣି ପିଇବା ଓ ପରିସ୍ରାକୁ ନିୟନ୍ତ୍ରଣ ନକରିବା ଦ୍ବାରା ଆମେ ଅନେକ ରୋଗକୁ ଏଡ଼େଇ ଦେଇବାପାରିବା। ତେବେ ଚାଲନ୍ତୁ ଜାଣିବା ଠିକ୍ ସମୟରେ ପରିସ୍ରା ନକରି ଚାପି ରଖିବା ଦ୍ବାରା କି କି ସମସ୍ୟା ହୋଇପାରେ।
: ଅନେକ ସମୟ ଧରି ପରିସ୍ରା ଚାପିକି ରଖିବା ଦ୍ବାରା ମୁତ୍ରାଶୟ ମାଂସପେଶୀ ଦୁର୍ବଳ ହୋଇଥାଏ।
: ଏହା ବିଭିନ୍ନ ପ୍ରକାରର ସଂକ୍ରମଣର କାରଣ ହୋଇଥାଏ।
: ବାରମ୍ବାର ପରିସ୍ରା ଚାପିବା ଦ୍ବାରା କିଡ୍ନୀ ଷ୍ଟୋନ୍ ହେବାର ଆଶଙ୍କା ରହିଛି।
: କେବଳ କିଡ୍ନୀ ନୁହେଁ; ଏହା ମୁତ୍ରାଶୟ (ବ୍ଲାଡର୍ ଷ୍ଟୋନ୍)ର ବି କାରଣ ହୋଇପାରେ।
: ବାରମ୍ବାର ପରିସ୍ରା ନିୟନ୍ତ୍ରଣ କରିବା କୋଷ୍ଠକାଠିନ୍ୟର ବି କାରଣ ବନିପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/19/new-project-4-2025-07-19-13-35-42.jpg)