କୋଭିଡ୍ ଓ ମେଦବହୁଳତା(ଓବେସିଟି) ହେଉଛି ଦୁଇଟି ମହାମାରୀ (ଡୁଆଲ ଏପିଡେମିକ୍)। ଓବେସିଟି ବର୍ତ୍ତମାନ ସାରା ବିଶ୍ବରେ ଚିନ୍ତା ଓ ଉଦ୍ବେଗର ବିଷୟ ହୋଇଛି।
କୋଭିଡ୍ ଓ ଓବେସିଟ୍ କଣ ପାଇଁ ବିପଦ ?
ମୋଟା ଲୋକଙ୍କ କ୍ଷେତ୍ରରେ କରୋନା ହେବା ଆଶଙ୍କା ଅଧିକ। ପତଳା ଲୋକଙ୍କ ଅପେକ୍ଷା ମୋଟା ଲୋକଙ୍କ କ୍ଷେତ୍ରରେ ୪୬ ପ୍ରତିଶତ ଅଧିକ କରୋନାରେ ଆକ୍ରାନ୍ତ ହୋଇଥାନ୍ତି । ସେଥିମଧ୍ୟରୁ ହସ୍ପିଟାଲରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା ୧୧୩ ପ୍ରତିଶତ, ଆଇସିୟୁରେ ଭର୍ତ୍ତି ହେବା ଲୋକଙ୍କ ସଂଖ୍ୟା ୭୪ ପ୍ରତିଶତ। ଏବଂ କୋଭିଡ୍ କାରଣରୁ ମୃତ୍ୟୁ ହେବା ଲୋକଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ ବୋଲି ରିପୋର୍ଟରୁ ଜଣାପଡିଛି। ମେଦବହୁଲତାର ଶିକାର ହେଉଥିବା ଲୋକଙ୍କ କ୍ଷେତ୍ରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ରହିଥାଏ। ଏମାନଙ୍କ ଶରୀରରେ ମଧୁମେହ, ଉଚ୍ଚରକ୍ତଚାପ, କିଡ୍ନି, ଲିଭର ସମସ୍ୟା ଅଧିକ ମାତ୍ରାରେ ଦେଖାଯାଏ। ମୋଟାପା ଯୋଗୁଁ ଫୁସ୍ଫୁସ୍ ଓ ହାର୍ଟ ଠିକ୍ରେ କାମ କରିନଥାଏ। ଏପରିକି ଫୁସ୍ଫୁସ୍ର କ୍ଷମତା ମଧ୍ୟ କମ୍ ରହିଥାଏ।
କ’ଣ ଲକ୍ଷଣ ଦେଖାଯାଏ ?
ସାଧାରଣ କୋଭିଡ୍ର ଲକ୍ଷଣ ଯେମିତିକି ଥଣ୍ଡା, କାଶ, ଜ୍ବର ଛାତି ବ୍ୟଥା ହୋଇଥାଏ। କିନ୍ତୁ ଏମାନଙ୍କ କ୍ଷେତ୍ରରେ ଏହିସବୁ ଲକ୍ଷଣ ସହିତ ଅଧିକ ଧଇଁସଇଁ ଲାଗିବା, ରୋଗୀ ଅଚେତ୍ ହୋଇ ପଡିରହିବା(ଡ୍ରାଉଜି ରହିବା), ଓଜନ ବଢିଯିବା ବା ଦେହରେ ପାଣି ଜମିବା ଭଳି ଲାଗିବା, ଗୋଡହାତ ଫୁଲିଯିବା ଭଳି ଲକ୍ଷଣ ଦେଖାଦେଇଥାଏ।
ମେଦବହୁଳ ରୋଗୀଙ୍କ ପାଇଁ ପରାମର୍ଶ
ଏହି ରୋଗୀମାନେ କିଛି ଅସୁବିଧା ହେବାମାତ୍ରେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ଅନୁସାରେ ହସ୍ପିଟାଲରେ ଭର୍ତ୍ତି ହେବା ଉଚିତ୍। ପ୍ରତ୍ୟହ ଶରୀରରେ ଅକ୍ସିଜେନର ପରିମାଣ କେତେ ରହୁଛି, ତାକୁ ନିୟମିତ ବ୍ୟବଧାନର ମାପିବା ଉଚିତ୍। ଘରେ ନିୟମିତ ବ୍ୟାୟାମ ଓ ଯୋଗ କରନ୍ତୁ। ତେଲ ଛଣା ବା ଫାଷ୍ଟ ଫୁଡ୍, ଜଙ୍କ ଫୁଡ୍ ଠାରୁ ଦୂରେଇ ରହନ୍ତୁ। ନିଜର ଅନ୍ୟ ସବୁ ରୋଗର ଔଷଧ ନିୟମିତ ଖାଆନ୍ତୁ (ମଧୁମେହ, ଉଚ୍ଚରକ୍ତଚାପ ଇତ୍ୟାଦି)। ଫେସ୍ ମାମ୍କ ଓ ସାନିଟାଇଜର ବ୍ୟବହାର କରନ୍ତୁ, ଭିଡ ସ୍ଥାନକୁ ଆଦୌ ଯାଆନ୍ତୁନି। କୌଣସି ପ୍ରକାର ନିଶ୍ବାସ ନେବାରେ ଅସୁବିଧା ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହୁଅନ୍ତୁ।
ଅଶ୍ବିନୀ କୋଭିଡ୍ ହସ୍ପିଟାଲ, କଟକ
ମୋଟା ଲୋକଙ୍କ ପାଇଁ କରୋନା ବିପଦ
ଡାକ୍ତର ସମ୍ପତ ଦାସ
/sambad/media/post_attachments/wp-content/uploads/2020/12/54564h56s4h56s4hsf56.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)