ଏହି ଘରୋଇ ଉପଚାର ଆପଣାନ୍ତୁ, ବିନା ଔଷଧରେ ଗୋଡଫଟାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ: ଶୀତଋତୁ ଆସିଯାଇଛି ଓ ଏହି ସମୟରେ ଅଧିକାଂଶ ଲୋକଙ୍କର ପାଦ ଫାଟିଯାଇଥାଏ | ଗୃହିଣୀମାନେ ପ୍ରାୟତଃ ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି | ବେଳେବେଳେ ପାଦ ଫାଟିବା ଯୋଗୁଁ ଏତେ ଯନ୍ତ୍ରଣା ହୁଏ ଯେ ଚାଲିବା ମଧ୍ୟ କଷ୍ଟକର ହୋଇଯାଏ | ଏଥିପାଇଁ ବଜାରରେ ଏକରୁ ଅଧିକ ଆଣ୍ଟିସେପ୍ଟିକ୍ କ୍ରିମ୍ ଉପଲବ୍ଧ ଅଛି କିନ୍ତୁ କିଛି ଘରୋଇ ଉପଚାର ଅଛି ଯାହା ଆଣ୍ଟିସେପ୍ଟିକ୍ କ୍ରିମ୍ ଅପେକ୍ଷା ବି ଲାଭଦାୟକ ଫଳ ଦେଇପାରେ | ବଡ କଥା ଯେ ଏହି ଘରୋଇ ଉପଚାର କରିବା ଦ୍ୱାରା ଆପଣ କିଛି ଦିନ ମଧ୍ୟରେ ଏହାର ଲାଭ ଅନୁଭବ କରିପାରିବେ | ଏହି ଘରୋଇ ଉପଚାର ପାଇଁ ଆପଣଙ୍କୁ ଘିଅ, ହଳଦୀ, ଓ ନିମତେଲ ଆବଶ୍ୟକ ହେବ | ଘିଅ କ୍ଷତକୁ ଭଲ କରିବାରେ ସାହାଯ୍ୟ କରେ | ସେହିପରି ନିମ ଆଣ୍ଟିଫଙ୍ଗାଲ୍ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣରେ ପରିପୂର୍ଣ୍ଣ | ହଳଦୀ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ | ତେଣୁ ଯଦି ଆପଣ ହଳଦୀ ଏବଂ ନିମ, ଘିଅରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତି ଏବଂ ଏହାକୁ ଫାଟିଯାଇଥିବା ପାଦରେ ଲଗାନ୍ତି, ତେବେ ଏହା ଶୀଘ୍ର ଆରାମ ପ୍ରଦାନ କରିବ |

କିଭଳି ପେଷ୍ଟ ପ୍ରସ୍ତୁତ କରିବେ?
ଏକ ପାତ୍ରରେ ଗୋଟିଏ ଚାମଚ ଘିଅକୁ ଗରମ କରନ୍ତୁ | ସେଥିରେ ଅଧା ଚାମଚ ହଳଦୀ ଗୁଣ୍ଡ ସହ ଗୋଟିଏ ଚାମଚ ନିମ ତେଲ ପକାଇ ଏହାକୁ ମିଶାନ୍ତୁ | ଏହା ପରେ, ପାଦ ଧୋଇ ସଫା କରନ୍ତୁ | ଏହି ପ୍ରସ୍ତୁତ ପେଷ୍ଟକୁ ନିଜ ପାଦରେ ଲଗାନ୍ତୁ ଏବଂ ରାତିସାରା ଛାଡିଦିଅନ୍ତୁ | ସକାଳେ ପାଦ ଧୋଇ ଦିଅନ୍ତୁ ଏବଂ ତା’ପରେ ପାଦରେ କିଛି ଉଷୁମ ଘିଅ ଲଗାଇ ଛାଡିଦିଅନ୍ତୁ | ଆପଣଙ୍କ ପାଦର ଯନ୍ତ୍ରଣା ୨ ଦିନ ମଧ୍ୟରେ କମିବା ଆରମ୍ଭ କରିବ ଏବଂ ଚର୍ମ ମଧ୍ୟ ନରମ ହେବାକୁ ଲାଗିବ |

ସମ୍ବନ୍ଧିତ ଖବର