କାନ୍ଦିବା ଶରୀରପାଇଁ ଭଲ ନା ଖରାପ?

ମଣିଷ ଜୀବନ ସୁଖ ଆଉ ଦୁଃଖରେ ଭରା। ଯେତେବେଳେ ମଣିଷ ଖୁବ୍‌ ଖୁସି ହୋଇଥାଏ ସେତେବେଳେ ତାର ଆଖରୁ ଆନନ୍ଦାଶ୍ରୁ ଝରିପଡ଼େ। ଅପରପକ୍ଷରେ ଯେତେବେଳେ ଭୀଷଣ ଦୁଃଖ ବା ଅବସାଦ ଭିତରେ ଥାଏ ସେତେବେଳେ ସେ କାନ୍ଦେ । ଏହା ଶରୀରପାଇଁ ଭଲ କି ଖରାପ ଜାଣିବାକୁ ଏକ ଗବେଷଣାରେ କରାଯାଇଥିଲା।

କାନ୍ଦିବା ଦ୍ୱାରା ବ୍ୟକ୍ତିର ଅବସାଦ କମିଥାଏ ବୋଲି ଅଲ୍ଜାଇମର୍‌ ରିସର୍ଜ ସେଣ୍ଟର ରିଜନ୍ସ ହସ୍ପିଟାଲ୍‌ ଫାଉଣ୍ଡେସନ୍‌ର ଡ଼ାଇରେକ୍ଟର ବିଲିୟମ୍‌ ଏଚ୍‌ ଫ୍ରି କହିଛନ୍ତି।ତେବେ ଏନେଇ ବିଲିୟମ୍‌ ଏଚ୍‌ ଫ୍ରି କେତେଜଣ ଲୋକଙ୍କୁ ଦୁଃଖ ଭରା ଫିଲ୍ମ ଦେଖାଇଥିଲେ।ଯେଉଁଥିରୁ କି ସେ ଏଇ ନିଷ୍ପତ୍ତିରେ ପହଞ୍ଚିଲେ କି ଆମେ କାନ୍ଦିବା ପରେ ଏହି କାରଣରୁ ଭଲ ଅନୁଭବ କରିଥାଉ,କାହିଁକିନା ଏହା ଆମର ଅବସାଦ ଦ୍ୱାରା ଉତ୍ପନ ହେଉଥିବା କେମିକାଲ୍‌ସକୁ ବାହାର କରିଦିଏ।ତେବେ ଆମକୁ ଏହା ଆଦୌ ହିଁ ଜଣାନଥାଏ କି ଏହି କେମିକାଲ୍‌ସ ଗୁଡ଼ିକ କ’ଣ ହୋଇଥାଏ?ତେବେ ଲୁହରେ ଏସିଟ୍‌ଏଚ୍‌ ରହିଥାଏ।ଯାହାକି ଅବସାଦ ମାଧ୍ୟମରେ ବଢ଼ିବାକୁ ଲାଗେ।

photo-medicalnewstoday

ଏହା ହୃଦୟ ଏବଂ ମସ୍ତିଷ୍କର କ୍ଷତି କରି ନଥାଏ ।  କେବେ କେବେ କାନ୍ଦିବା ଆମ ଲାଗି ଠିକ୍‌ ହୋଇଥାଏ। କାହିଁକିନା ଏହା ଦ୍ୱାରା ଅବସାଦ କମ୍‌ ହେବା ସହିତ ଏହା ଆମହୃଦୟ ଏବଂ ମସ୍ତିଷ୍କ ସୁସ୍ଥ ରହିଥାଏ। ତେଣୁ ଆମେ ଆମର ଶିଶୁଙ୍କୁ କାନ୍ଦିବା ଠାରୁ ରୋକିବା ଆଦୌ ଉଚିତ୍‌ ନୁହେଁ। ବରଂ ଆମକୁ ଏନେଇ ଖୁସି ହେବା ଉଚିତ୍‌ ଯେ,ଆମ ପିଲା ମଧ୍ୟରେ ଏଭଳି କ୍ଷମତା ରହିଛି।

ସମ୍ବନ୍ଧିତ ଖବର