ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହ ଲୋକମାନେ ସାଲାଡ୍ ଖାଇଥାନ୍ତି । ଆଉ ସାଲାଡରେ ଲୋକମାନେ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କାକୁଡ଼ିରେ ଭିଟାମିନ୍ କେ, ଭିଟାମିନ ସି, କପର, ମ୍ୟାଗ୍ନେସିୟମ, ପୋଟାସିୟମ, ମାଙ୍ଗାନିଜ୍ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । କିନ୍ତୁ ଆପଣ ଜାଣିଛନ୍ତି କି? କାକୁଡ଼ି ଖାଇବା ପରେ ପାଣି ପିଇବା ଶରୀର ପାଇଁ କେତେ କ୍ଷତିକାରକ?
ଆଜ୍ଞା ହଁ! କାକୁଡ଼ି ଖାଇବା ଶରୀର ପାଇଁ ଯେତେ ଲାଭଦାୟକ କାକୁଡ଼ି ଖାଇ ସାରି ପାଣି ପିଇବା ଶରୀର ପାଇଁ ତା’ଠାରୁ ଅଧିକ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କାକୁଡ଼ି ଖାଇବା ପରେ ପାଣି ପିଇଲେ କେଉଁ ସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ ।
୧. କାକୁଡ଼ିରେ ୯୫ପ୍ରତିଶତ ପାଣି ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ । କାକୁଡ଼ି ଖାଇ ସାରି ପାଣି ପିଇଲେ ଶରୀରକୁ କାକୁଡ଼ିର ପୋଷକ ତତ୍ତ୍ୱ ମିଳି ପାରି ନ ଥାଏ ।
୨. ଖାଦ୍ୟକୁ ହଜମ କରିବା ପାଇଁ ଶରୀରକୁ ପିଏଚ୍ ସ୍ତରର ଅବଶ୍ୟକତା ହୋଇଥାଏ । କିନ୍ତୁ ଖାଦ୍ୟରେ କାକୁଡ଼ି ଖାଇବାର ତୁରନ୍ତ ପରେ ପାଣି ପିଇଲେ ପିଏଚ୍ ସ୍ତର ଦୁର୍ବଳ ହୋଇ ଯାଇଥାଏ । ଫଳରେ ଖାଦ୍ୟକୁ ହଜମ କରୁଥିବା ଏସିଡ୍ ଠିକ୍ ଭାବରେ କାମ କରିପାରି ନଥାଏ ।
୩. କାକୁଡ଼ି ଖାଇଲେ ପେଟଜନିତ ସମସ୍ୟା ଦୂର ହେବା ସହ ଖାଦ୍ୟ ହଜମ ହୋଇଥାଏ । କିନ୍ତୁ କାକୁଡ଼ି ଖାଇ ସାରି ପାଣି ପିଇଲେ ଡାଇରିଆ ହେବାର ସମ୍ଭାବନା ବଢ଼ି ଯାଇଥାଏ । ଏସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ କାକୁଡ଼ି ଖାଇବାର ୨୦ମିନିଟ୍ ପର୍ଯ୍ୟନ୍ତ ପାଣି ପିଅନ୍ତୁ ନାହିଁ ।