ପେଟରୋଗ ପାଇଁ ରାମବାଣ ହୋଇଥାଏ ଭୃଶୁଙ୍ଗ ପତ୍ର

ନୂଆଦିଲ୍ଲୀ: ଭୃଶୁଙ୍ଗ ପତ୍ରରେ ରହିଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟପାଇଁ ଲାଭଦାୟକ ହୋଇଥାଏ। ଆୟୁର୍ବେଦରେ ଭୃଶୁଙ୍ଗ ପତ୍ରକୁ ପେଟରୋଗ ପାଇଁ ରାମବାଣ କୁହାଯାଇଥାଏ। ତେବେ ବସନ୍ତୁ ଜାଣିବା ଏହାର ଔଷଧୀୟ ଗୁଣ ସମ୍ପର୍କରେ….

ଭୃଶୁଙ୍ଗ ପତ୍ରରେ ଭିଟାମିନ୍-ଏ ରହିଛି । ଭିଟାମିନ୍-ଏ ଅଭାବରେ ଅନ୍ଧାରକଣା ରୋଗ ହୋଇଥାଏ ଯାହା ଦ୍ବାରା ଆଖିର ଦୃଷ୍ଟିଶକ୍ତି କମିଯାଇଥାଏ। ଖାଲି ପେଟରେ ଭୃଶୁଙ୍ଗ ପତ୍ର ଖାଇବା ଦ୍ବାରା ଆଖିର ଦୃଷ୍ଟି ଶକ୍ତି ବଢ଼ିଥାଏ।

ଭୃଶୁଙ୍ଗ ପତ୍ର ପେଟରେ ପିତ୍ତ ଦୋଷକୁ ଦୂର କରିଥାଏ। ଭୃଶୁଙ୍ଗ ପତ୍ରକୁ ବାଟି ଏହାର ରସକୁ କ୍ଷୀରରେ ମିଶାଇ ଦିନକୁ ଦୁଇ ତିନିଥର ପିଇବା ଦ୍ବାରା ମଧ୍ୟ ତରଳ ଝାଡ଼ାରୁ ଉପଶମ ମିଳିଥାଏ।

ଖାଲି ପେଟରେ ଭୃଶୁଙ୍ଗ ପତ୍ର ଖାଇବା ଦ୍ବାରା ଓଜନ କମିଥାଏ। ଏଥିପାଇଁ ପାଣିରେ ୧୦/୨୦ଟି ଭୃଶୁଙ୍ଗ ପତ୍ର ଫୁଟାଇ ଦିଅନ୍ତୁ। ଏହା ପରେ ଏଥିରେ ଲେମ୍ବୁ ଏବଂ ମହୁ ମିଶାଇ ପିଇ ଦିଅନ୍ତୁ। ପ୍ରତିଦିନ ଖାଲି ପେଟରେ ଏହାକୁ ପିଅନ୍ତୁ।

ଭୃଶୁଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ବ ଦ୍ବାରା ଶୀଘ୍ର ବାଳ ପାଚି ନଥାଏ। ଚୁଟି ଝଡ଼ିବା ସମସ୍ୟା ମଧ୍ୟ କମିଯାଇଥାଏ। ଏହା ରୁପି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ।

ସମ୍ବନ୍ଧିତ ଖବର