ଆମ ଘର ବାଡ଼ିବଗିଚାରେ ଅନେକ ଔଷଧୀୟ ବୃକ୍ଷ ଓ ପତ୍ର ରହିଥାଏ। କିନ୍ତୁ ଏସବୁର ଔଷଧୀୟ ଗୁଣ ବିଷୟରେ ଆମେ ଜାଣି ପାରି ନଥାଉ। ଏମିତି ଏକ ବୃକ୍ଷ ଅନେକଙ୍କ ବାଡ଼ିରେ ରହିଛି। ଏହି ବୃକ୍ଷର ନାମ ହେଉଛି ଭୃସଙ୍ଗ। ଭୃସଙ୍ଗ ପତ୍ରକୁ ଲୋକମାନେ ଛଣାଛଣି ପାଇଁ କିମ୍ବା କେତେକ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହାର କରି ଥାଆନ୍ତି। କିନ୍ତୁ ଏହି ପତ୍ରରେ ଥିବା ଉପକାରିତା ଗୁଣ ବିଷୟରେ ଖୁବ୍‌ ଅଳ୍ପ ଲୋକ ଜାଣି ଥାଆନ୍ତି। ତେବେ ଆସନ୍ତୁ ଜାଣିବା ଭୃସଙ୍ଗ ପତ୍ରରେ କେଉଁ ସବୁ ଉପକାରିତା ଗୁଣ ରହିଛି।

Advertisment

୧. ଭୃସଙ୍ଗ ଗଛର ପତ୍ର ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇଥାଏ। ପ୍ରତିଦିନ ସକାଳେ ଅଧାକପ୍‌ ଭୃସଙ୍ଗପତ୍ର ରସ ପିଇଲେ ଲିଭର ବିଭିନ୍ନ ସଂକ୍ରମଣରୁ ଦୂରେଇ ରୁହେ। କେବଳ ଏତିକି ନୁହେଁ, ଲିଭର କାର୍ଯ୍ୟକୁ ଭୃସଙ୍ଗପତ୍ର ରସ ସ୍ୱାଭାବିକ କରେ।

Image result for bhusanga patra YouTube

୨. ଭୃସଙ୍ଗ ପତ୍ର ରସ ନିୟମିତ ପିଇଲେ ମଧୁମେହରୁ ମୁକ୍ତି ମିଳିଥାଏ। ଏହା ରକ୍ତର କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରିତ କରିଥାଏ।

୩. ଭୃସଙ୍ଗ ପତ୍ରରେ ଭରପୂର ମାତ୍ରାରେ ଭିଟାମିନ ବି୧, ବି୩, ବି୯ ଏବଂ ସି ରହିଥାଏ । ଏହା ସହିତ ଏଥିରେ ଆଇରନ, କ୍ୟାଲସିୟମ ଏବଂ ଫସଫରସ ବି ମହଜୁଦ ରହିଛି।

୪. ଯେଉଁ ଲୋକମାନଙ୍କ ଶରୀରରେ ମେଦବହୁଳ ସମସ୍ୟା ରହିଛି, ସେମାନେ ପ୍ରତିଦିନ ଭୃସଙ୍ଗ ପତ୍ର ଚୋବାଇ ଖାଇଲେ ଏଥିରୁ ମୁକ୍ତି ମିଳିଥାଏ। ଏକ ଚାମଚ ମହୁରେ ଭୃସଙ୍ଗପତ୍ର ରସ ମିଶାଇ ପିଇଲେ କଫ ବାହାରି ଯାଇଥାଏ।

୫. କେବଳ ଏତିକି ନୁହେଁ, ଏହାକୁ ନିୟମିତ ପିଇଲେ ହାର୍ଟ ଆଟାକ୍‌ ଆଶଙ୍କା କମିଥାଏ ବୋଲି ଆୟୁବେର୍ଦରେ ଉଲ୍ଲେଖ ରହିଛି।