ସାଇକେଲ୍‌ ଚାଳନାରୁ ଏହିସବୁ ଲାଭ ମିଳିଥାଏ

ସାଇକେଲ୍‌ ଚଳାଇବା ଏକ ବ୍ୟାୟାମ ବୋଲି ତ ସମସ୍ତଙ୍କୁ ଜଣା । ହେଲେ ଆପଣ ଜାଣନ୍ତି କି ଏହା ଦ୍ୱାରା କେବଳ ଯେ ଓଜନ ହ୍ରାସ ହୋଇଥାଏ, ତାହା ନୁହେଁ, ବରଂ ଏହା ମାନସିକ ଅବସାଦ ମଧ୍ୟ ଦୂର କରିଥାଏ । ସାଇକେଲ୍‌ ଚାଳନାରୁ ଆହୁରି କି କି ଲାଭ ମିଳିଥାଏ, ଆସନ୍ତୁ ଜାଣିବା…
ସାଇକେଲ୍‌ ଚାଳନା ଏକ ଏରୋବିକ୍‌ ବ୍ୟାୟାମ । ଏହାଦ୍ୱାରା ହୃଦ୍‌ରୋଗର ଆଶଙ୍କା ହ୍ରାସ ପାଇଥାଏ । ସାଇକେଲ୍‌ ଚଳାଇଲେ ସିରୋଟୋନିନ୍‌, ଡୋପାମାଇନ୍‌ ଓ ଫେନି ଲଇଥିଲାମିନ୍‌ ଆଦି ରାସାୟନିକ ପଦାର୍ଥ ମସ୍ତିଷ୍କରେ ଉତ୍ପାଦିତ ହୋଇଥାଏ । ଏହାଫଳରେ ଆପଣ ଆନନ୍ଦ ଅନୁଭବ କରିବେ ଓ ମାନସିକ ଉତ୍ତେଜନା ବି ଦୂର ହେବ ।

ନିୟମିତଭାବେ ସାଇକେଲ୍‌ ଚଳାଇବା ଦ୍ୱାରା ଆଣ୍ଠୁଗଣ୍ଠିରେ ଅନୁଭୂତ ହେଉଥିବା ଯନ୍ତ୍ରଣା ଲାଘବ ହୋଇଥାଏ । ଏହାଦ୍ୱାରା ଗଣ୍ଠି ଓ ମାଂସପେଶୀର ବ୍ୟାୟାମ ହୋଇଥାଏ ।ମଧୁମେହ ରୋଗୀମାନେ ସାଇକେଲ୍‌ ଚଳାଇବା ଆଗରୁ ପ୍ରଚୁର ମାତ୍ରାରେ ପାଣି ପିଇବା ଉଚିତ୍‌ । ଟାଇପ୍‌-୧ ମଧୁମେହ ରୋଗୀ ଯଦି ପ୍ରତ୍ୟହ ଏକ ଘଣ୍ଟା ଯାଏଁ ସାଇକେଲ୍‌ ଚଳାନ୍ତି, ତେବେ ତାଙ୍କୁ କିଛି କାର୍ବୋହାଇଡ୍ରେଟ୍‌ଯୁକ୍ତ ଆହର ଗ୍ରହଣ କରିବା ଆବଶ୍ୟକ ।
ମଧୁମେହ ରୋଗୀମାନେ ଯଦି ନିୟମିତ ଭାବେ ସୁଦୀର୍ଘ ରାସ୍ତା ସାଇକେଲରେ ଅତିକ୍ରମ କରନ୍ତି, ତେବେ ଏହା ପୂର୍ବରୁ ଓ ପରେ ବ୍ଲଡ ସୁଗାର ର ଯାଞ୍ଚ କରାଇଦେବା ଉଚିତ ।

photo-static.independent.co.uk

ସାଇକେଲ୍‌ ଚଳାଇଲେ ସ୍ୱାସ୍ଥ୍ୟ ସଂପର୍କୀତ ଅନେକ ଲାଭ ମିଳିଥାଏ । ଦୌଡିବା ତୁଳନାରେ ସାଇକେଲ୍‌ ଚଳାଇଲେ ଆପଣଙ୍କ ଗୋଇଠି ଉପରେ କମ୍‌ ଚାପ ପଡ଼ିଥାଏ ଏବଂ ମାଂସପେଶୀର ଭଲ ବ୍ୟାୟାମ ବି ହୋଇଥାଏ ।

ସମ୍ବନ୍ଧିତ ଖବର