ଅନେକ ଦିନ ବଞ୍ଚିରହିବାକୁ ଚାହାନ୍ତି? ତାହେଲ ଆପଣଙ୍କୁ ସତର୍କ ହେବାକୁ ହେବ। କାରଣ ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ କହିବୁ ଯାହା ମୃତ୍ୟୁର କାରଣ ହୋଇଥାଏ। ଆପଣଙ୍କର ଏହି ସବୁ ଅଭ୍ୟାସ ଅପଣଙ୍କ ଶୀଘ୍ର ମୃତ୍ୟୁର କାରଣ ହୋଇପାରେ। ତେବେ ଚାଲନ୍ତୁ ଜାଣିବା ସେ ସବୁ କ’ଣ।
/sambad/media/post_attachments/wp-content/uploads/2018/01/fc9f1f182ecb8a7e519390e20acafd72_1436783060-300x150.jpg)
କଫି ପିଇବାରେ କୌଣସି ଅସୁବିଧା ନାହିଁ। ମାତ୍ର ଡାକ୍ତରମାନେ କହିଛନ୍ତି ଯେ ଅତ୍ୟଧିକ କଫି ପାନ ମୃତ୍ୟୁର କାରଣ ହୋଇଥାଏ।
/sambad/media/post_attachments/wp-content/uploads/2018/01/a8e8c96862d2f2ccfcf0b04673a8bc75_1436783110-300x155.jpg)
ବୟସ ପୂର୍ବରୁ ଅବସର ନେବା ମଧ୍ୟ ଆପଣଙ୍କ ପ୍ରତି କ୍ଷତିକାରକ। ଉଚିତ ବୟସ ପୂର୍ବରୁ ଚାକିରି ଛାଡ଼ି ଦେଉଥିବା ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ରହିଛି।
/sambad/media/post_attachments/wp-content/uploads/2018/01/ae3c069ccf4fbea5cae8464349918aea_1436783132-300x157.jpg)
କମ୍ ଶୋଇବା ଯେପରି ସ୍ୱାସ୍ଥ୍ୟ ପକ୍ଷେ ଖରାପ ହୋଇଥାଏ ଅତ୍ୟଧିକ ଶୋଇବା ବି ଅନୁଚିତ। ଅତ୍ୟଧିକ ଶୋଉଥିବା ବ୍ୟକ୍ତି ମରଣକୁ ବରଣ କରିଥାନ୍ତି।
/sambad/media/post_attachments/wp-content/uploads/2018/01/c120b0cf06a3cdf14c2ef4d0b73c4a30_1436783158-300x182.jpg)
ନିୟମିତ ଭାବେ ନିଦ ବଟିକା ଖାଉଥିବା ବ୍ୟକ୍ତିଙ୍କ ଜୀବନ ସୀମା କମ୍ ହୋଇଯାଏ। ସେମାନେ ବି ଅପେକ୍ଷାକୃତ ଅଳ୍ପ ବୟସ ବଞ୍ଚିଥାନ୍ତି।
/sambad/media/post_attachments/wp-content/uploads/2018/01/baf795c7bb4ff2b4a737f7c52f57020c_1436783242-300x161.jpg)
ଅଧିକରୁ ଅଧିକ ମାତ୍ରାରେ ଲୁଣ ଖାଇବା ବି ବ୍ୟକ୍ତିର ମୃତ୍ୟୁର କାରଣ ହୋଇଥାଏ। ଖୁବ୍ ବେଶି ଲୁଣ ଖାଇବା ଦ୍ୱାରା ନାନା ରୋଗ ହୋଇଥାଏ। ଆଉ ରୋଗ ହିଁ ତ ମୃତ୍ୟୁର କାରଣ।
/sambad/media/post_attachments/wp-content/uploads/2018/01/3afc46d27472a451489c364d6c792820_1436783256-300x162.jpg)
ଅତ୍ୟଧିକ ଟିଭି ଦେଖୁଛନ୍ତି କି? ତେବେ ସତର୍କ ହୋଇଯାଆନ୍ତୁ। ଏହା ନିହାତି ଖରାପ ଅଭ୍ୟାସ। ଏହି ଅଭ୍ୟାସ ବି ଆପଣଙ୍କୁ ମୃତ୍ୟୁର ନିକଟତର କରାଇପାରେ।
/sambad/media/post_attachments/wp-content/uploads/2018/01/80957be99057cb5e6efca1bee68d0219_1436783720-300x154.jpg)
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକୁଟିଆ ରହିବା। ଦୀର୍ଘ ଦିନ ଏକୁଟିଆ ରହିଲେ ବ୍ୟକ୍ତି ଦୁର୍ବଳ ହୋଇପଡ଼େ। ଯାହାକି ସମୟ କ୍ରମେ ମୃତ୍ୟୁର କାରଣ ପାଲଟିଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/45a018a723310dc5146ecd0f810e395f_1436783022.jpg)