କେମିତି ଜାଣିବେ ହୋଇଛି ଡେଙ୍ଗୁ ଜ୍ୱର

ବର୍ଷା ଋତୁରେ ଡେଙ୍ଗୁ ଓ ମାଲେରିଆର ଆଶଙ୍କା ଅଧିକ ଥାଏ। ଏହି ସମୟରେ ନିଜର ଛୋଟ ଅସାବଧାନତା ଡେଙ୍ଗୁ ଓ ମାଲେରିଆରେ ପୀଡ଼ିତ ହେବାର ଆଶଙ୍କାକୁ ଏଡ଼ାଇ ନ ପାରେ। ବିଶେଷଜ୍ଞମାନଙ୍କ ଅନୁଯାୟୀ,ଏଥିରୁ ରକ୍ଷା ପାଇବା ଲାଗି ମଶାମାନଙ୍କୁ ଦୂରେଇ ରଖିବାକୁ ପଡ଼ିବ।
ଡେଙ୍ଗୁ ଜ୍ୱର ଏଡିଜ ମଶା କାମୁଡ଼ିଲେ ହୋଇଥାଏ। ଜୁଲାଇରୁ ଅକ୍ଟୋବର ମାସ ଯାଏଁ ବର୍ଷା ହେବା ଯୋଗୁଁ ଏହି ମଶା ବିପୁଳ ମାତ୍ରାରେ ବଢ଼ିଥାନ୍ତି। ଏଡିଜ ମଶା କାମୁଡିଲେ ରକ୍ତରେ ଡେଙ୍ଗୁର ଭୂତାଣୁ ପଶିଯାଏ। ଡେଙ୍ଗୁ ଜ୍ୱର ହେବା ମାତ୍ରେ ମୁଣ୍ଡବିନ୍ଧା ଓ ମାଂସପେଶୀ ଓ ଗଣ୍ଠିରେ ଦରଜ ହୋଇଥାଏ। ଏହାଫଳରେ ଶରୀର ଦୁର୍ବଳ ହୋଇଥାଏ , ଭୋକ ଲାଗି ନଥାଏ। ଶରୀରର ବିଭିନ୍ନ ଅଙ୍ଗ ଖାସ୍‌ କରି ମୁହଁ ,ବେକ ଓ ଛାତିରେ ଲାଲ୍‌ ଗୋଲାପି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ।


କୁହାଯାଏ ଯେ ଡେଙ୍ଗୁ ଜ୍ୱରର ପ୍ରଶମନ ଲାଗି କୌଣସି ଆଣ୍ଟିବାୟୋ ଟିକ୍‌ସ ନାହିଁ। ଏଣୁ ମଶା ନ ହେବା ଓ ମଶା ନ କାମୁଡିବା ଉପରେ ଯଥେଷ୍ଟ ସତର୍କ ରୁହନ୍ତୁ।

ସମ୍ବନ୍ଧିତ ଖବର