ଡେଙ୍ଗୁ ମଶାକୁ ଦୂରେଇବା ଲାଗି ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ଡେଙ୍ଗୁକୁ ପ୍ରାକୃତିକ ଉପାୟରେ କିପରି ଦୂର କରାଯାଇ ପାରିବ ଓ ନିଜେ ସୁସ୍ଥ ରହିବେ, ସେଥିପାଇଁ ଆପଣ ନିମ୍ବ କଥା ପ୍ରତି ଧ୍ୟାନ ଦେବେ।

ନିମ୍ବର କେତେକ ଲାଭ ମିଳିଥାଏ। ଏହା ସ୍ୱାସ୍ଥ୍ୟର ଧ୍ୟାନ ରଖିବା ସହିତ ଡେଙ୍ଗୁ ମଶାକୁ ମଧ୍ୟ ହଟାଇବାରେ ସଫଳ ହୋଇଥାଏ। ନଡ଼ିଆ ତେଲରେ ନିମ୍ବ ତେଲକୁ ମିଶାଇ ପ୍ରୟୋଗ କଲେ ଡେଙ୍ଗୁ ମଶା ଦୂରେଇ ଯିବେ। ନିମ୍ବର ଅଲଗା ବାସ୍ନା ବି ରହିଛି। ଏଣୁ ଶରୀରରେ ନଡ଼ିଆ ତେଲ ମିଶା ନିମ୍ବ ଲଗାଇଲେ ଡେଙ୍ଗୁ ମଶା ଦୂରେଇ ଯାଏ। ଏହା ଅତି କମ୍‌ରେ ଆଠ ଘଣ୍ଟା ଯାଏଁ ଡେଙ୍ଗୁ ମଶାଙ୍କର ପ୍ରକୋପରୁ ଦୂରେଇ ରଖେ।

ଡେଲମୁର ତେଲ ଓ ନୀଳଗିରିର ତେଲର ମିଶ୍ରଣ ମଧ୍ୟ ପ୍ରାକୃତିକ ଉପାୟରେ ଡେଙ୍ଗୁ ମଶାରୁ ମୁକ୍ତ ରଖିଥାଏ। ଏହି ମିଶ୍ରଣରେ ସମାନ ଅନୁପାତରେ ଲେମ୍ବୁ ତେଲ ଓ ନୀଳଗିରିର ତେଲକୁ ମିଶାଇ ରଖାଯାଏ। ଏହାକୁ ଶରୀରରେ ଲଗାଇଲେ ଡେଙ୍ଗୁ ମଶା ଦୂରେଇ ରହେ।

ଡେଙ୍ଗୁ ମଶାଠାରୁ ଦୂରେଇ ରହିବା ଲାଗି କର୍ପୂରର ବି ପ୍ରୟୋଗ କରାଯାଇଥାଏ। କୋଠରୀ ଭିତରେ କର୍ପୁର ଜଳାଇ ୧୦ ମିନିଟ୍‌ ଯାଏଁ କବାଟ, ଝରକା ବନ୍ଦ କରି ରଖନ୍ତୁ। ତା’ପରେ କବାଟ, ଝରକା ଖୋଲିଲେ ଡେଙ୍ଗୁ ମଶା ପଳାଇ ଯାଆନ୍ତି।

ଯଦି ଆପଣ ନିଜ ଘର ଛାତରେ ବା ବଗିଚାରେ ପୋଦିନା ଲାଗିଇବେ, ତେବେ ବି ଡେଙ୍ଗୁ ମଶା ରହିବେ ନାହିଁ। ଠିକ୍‌ ସେହିପରି ଗେଣ୍ଡୁଫୁଲ, ତୁଳସୀ ଓ ସିଟ୍ରୋନେଲା ଘାସ ଆଦି ଲଗାଇଲେ ବି ଡେଙ୍ଗୁ ମଶା ହୁଅନ୍ତି ନାହିଁ।

 

ସମ୍ବନ୍ଧିତ ଖବର