publive-image

ସର୍ବଦା କ୍ଳାନ୍ତ ଅନୁଭବ କରିବା
ଯଦି ଆପଣ ପ୍ରତିଦିନ ଥକି ଯାଉଛନ୍ତି, ସର୍ବଦା କ୍ଳାନ୍ତ ଅନୁଭବ କରୁଛନ୍ତି ଓ ଦେହ ଖରାପ ହେଲା ଭଳି ଲାଗୁଛି, ତା’ହେଲେ ଏହା ଆପଣଙ୍କ ଶରୀର ଭିତରର ଚାପ ହୋଇପାରେ। ଆପଣ ସବୁବେଳେ କ୍ଳାନ୍ତ ହୋଇଯିବାର ମୁଖ୍ୟ କାରଣ ହେଉଛି ଆପଣଙ୍କ ଆଡ୍ରେନାଲାଇନ୍‌ ଗ୍ରନ୍ଥି, ଯାହା ଆପଣଙ୍କୁ ସବୁବେଳେ କ୍ଳାନ୍ତ ରଖିବାର ହର୍‌ମୋନ୍‌ ଉତ୍ପନ୍ନ କରୁଥାଏ। ଏମିତି ହେଲେ ଆପଣଙ୍କୁ ଏହା ସୂଚନା ଦିଏ ଯେ, ଖୁବ୍‌ ଶୀଘ୍ର ଆପଣଙ୍କ ଶରୀରରେ ଥିବା ବିଷାକ୍ତ ଜିନିଷକୁ ବାହାର କରନ୍ତୁ….

Advertisment

publive-image

ଯଦି ସର୍ବଦା ବେମାରିଆ (ରୋଗୀ) ହୋଇଯାଉଛନ୍ତି
ଯଦି ଆପଣ ସର୍ବଦା ବେମାରିଆ ହୋଇଯାଉଛନ୍ତି ତା’ହେଲେ ଏହାର ଅର୍ଥ ହେଲା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଛି। ରୋଗ ପ୍ରତିରୋଧକ ଶକ୍ତି କମିବା ଦ୍ୱାରା ଆପଣଙ୍କ ଶରୀରକୁ ଖୁବ୍‌ ଶୀଘ୍ର ଜୀବାଣୁ, ବିଜାଣୁ ଗୁଡ଼ିକ ଆସି ବ୍ୟାଘାତ ସୃଷ୍ଟି କରିଥାଏ। ଆପଣ ଠିକ୍‌ ଭାବେ ଖାଦ୍ୟ ନ ଖାଇଲେ ବା ଦୈନନ୍ଦିନ କାର୍ଯ୍ୟ, ଯେମିତି କି ଶୋଇବାଠୁ ଆରମ୍ଭ କରି ଅନ୍ୟ ସମସ୍ତ ଜିନିଷକୁ ଧ୍ୟାନ ନ ଦେଲେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି କମି କମି ଯାଇଥାଏ ଓ ଆପଣଙ୍କ ଶରୀରକୁ ଧିରେ ଧିରେ ଖରାପ କରିଥାଏ।

publive-image

ଦୁର୍ବଳ ସ୍ମରଣ ଶକ୍ତି ଓ ଏକାଗ୍ରତା
ଯଦି କୌଣସି କାର୍ଯ୍ୟକୁ ଆପଣ ଠିକ୍‌ ଭାବେ ଧ୍ୟାନ ଦେଇ ପାରୁ ନାହାନ୍ତି, ବହୁତ୍‌ ଶୀଘ୍ର କୌଣସି ଜିନିଷ ବିଷୟକୁ ଭୁଲି ଯାଉଛନ୍ତି, ତା’ହେଲେ ଜାଣି ରଖନ୍ତୁ ଯେ, ଆପଣଙ୍କ ସ୍ମରଣ ଶକ୍ତି କମି କମି ଯାଉଛି। ଏହା ସବୁବେଳେ ହୋଇ ନ ଥାଏ। କିନ୍ତୁ ଯେତେବେଳେ ଆପଣ ଅଧିକ ବିଷାକ୍ତ ତତ୍ତ୍ୱ ଶରୀରକୁ ନେଇଥାନ୍ତି, ତାହା ଜକୃତ (ଲିଭର୍‌)କୁ ପ୍ରଭାବିତ କରିଥାଏ, ଯାହାଦ୍ୱାରା ମସ୍ତିଷ୍କକୁ ଯାଉଥିବା ରକ୍ତପ୍ରବାହରେ ବାଧା ସୃଷ୍ଟି କରିଥାଏ। ଏମିତି ହେବା ଦ୍ୱାରା ଆପଣଙ୍କ ନ୍ୟୁରୋଟ୍ରାନ୍‌ସମିଟର୍‌କୁ ଠିକ୍‌ ଭାବେ କାମ କରିବାରେ ବାଧା ସୃଷ୍ଟି କରିଥାଏ ଓ ଆପଣଙ୍କ ମସ୍ତିଷ୍କ ଓ ସ୍ମରଣ ଶକ୍ତିକୁ ଧିର କରି ଦେଇଥାଏ।

publive-image

ଶୋଇବାରେ ବାଧା ସୃଷ୍ଟି ହେବା
ଆପଣଙ୍କ ଶରୀରରୁ ବିଷାକ୍ତ ଜିନିଷକୁ ବାହାର କରିବାର ଆଉଏକ ବଡ଼ ସଙ୍କେତ ହେଉଛି, ଯଦି ଆପଣଙ୍କୁ ଠିକ୍‌ ଭାବେ ନିଦ ଆସୁନାହିଁ। ଯେତେବେଳେ ଆମ ଶରୀର ଭିତରେ ବହୁତ ମାତ୍ରାରେ ଟକ୍ସିନ୍ସ୍‌ ବା ବିଷ ରହିଯାଏ, ଏହା ଆମର ସର୍କାଡିଆନ୍‌ ରିଥମ୍‌ ଉପରେ ପ୍ରଭାବ ପକାଇଥାଏ ଓ ନିଦ ଆସିବାରେ ବାଧା ସୃଷ୍ଟି କରେ।