ବାର୍ଷିକ ରାଶିଫଳ ୨୦୧୮: ଧନୁ: ବର୍ଷଟି ସକାରାତ୍ମକ, ରାସ୍ତାରେ ବାହନ ଚଳାଇବା ସମୟରେ ସଚେତ ରହନ୍ତୁ

ବର୍ଷଟି ଆପଣଙ୍କ ଲାଗି ସକାରାତ୍ମକ ରହିବ। ଆପଣ ନିଜ କାମରେ ଅଧିକ ସମୟ ଦେବେ ଏବଂ ମାର୍ଚ୍ଚ ମାସ ବେଳକୁ ପରିଶ୍ରମ ଫଳ ଦ୍ଵିଗୁଣା ପାଇବେ। ଅପ୍ରେଲ୍‌, ମଇ ମାସ ମଧ୍ୟରେ ବ୍ୟବସାୟରେ ନୂଆ ଦିଶା ମିଳିବ ଓ ଆୟ ବୃଦ୍ଧି ହେବ। ସରକାରୀ ଚାକିରିରେ ଥିବା ବ୍ୟକ୍ତିମାନେ ଏବର୍ଷ ନିଜର ପାଖ ଅଞ୍ଚଳକୁ ବଦଳି ହୋଇପାରନ୍ତି। କମ୍ପାନିରେ ଚାକିରି କରୁଥିବା ବ୍ୟକ୍ତିମାନଙ୍କୁ ପଦୋନ୍ନତି ମିଳିବ। ବଡ଼ କମ୍ପାନିରେ ଭଲ ଦରମାର ଚାକିରିର ମଧ୍ୟ ସୁଯୋଗ ଆସିବ। ଭୂସମ୍ପତ୍ତି ବା ବାହନ କିଣିବେ। କୌଣସି ନିର୍ମାଣ କାର୍ଯ୍ୟ ମଧ୍ୟ କରିପାରନ୍ତି। ଏ ବର୍ଷ ପରିବାରରେ ବାତାବରଣ ହର୍ଷ ଉଲ୍ଲାସ ରହିବ। ପାରିବାରିକ କାର୍ଯ୍ୟରେ ପରିବାର ଲୋକଙ୍କ ପୂରା ସହଯୋଗ ଆପଣଙ୍କୁ ମିଳିବ। ଗତବର୍ଷ ଯେଉଁମାନେ ପ୍ରେମ ପ୍ରଣୟରେ ଅସଫଳ ହୋଇଥିଲେ, ଏ ବର୍ଷ ସେମାନଙ୍କ ଜୀବନରେ କେହି ନୂଆ ଖୁସି ଓ ଉତ୍ସାହ ନେଇ ଆସିବ। ଅବିବାହିତାମାନେ ଏ ବର୍ଷ ପ୍ରଜାପତିଙ୍କ ଶୁଭଦୃଷ୍ଟିରେ ପଡ଼ିବେ। ସଂସାର ଜୀବନରେ ନୂଆ ସୁଯୋଗ ସୃଷ୍ଟି ହେବା ସଙ୍ଗେ ସଙ୍ଗେ ନୂତନ ଗୃହ ପ୍ରବେଶର ସୁଯୋଗ ରହିଛି। କଳା ଓ ଇଂଜିନିୟରିଂ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବା ହେତୁ ଚମତ୍କାର ଫଳାଫଳ କରିବେ। କ୍ୟାରିୟର ଗଢ଼ିବା ପାଇଁ ଆପଣଙ୍କୁ ଭଲ ପ୍ରସ୍ତାବ ମିଳିବ। ଏ ବର୍ଷ ସ୍ୱାସ୍ଥ୍ୟ ଠିକ୍‌ ରହିବ। ରାସ୍ତାରେ ବାହନ ଚଳାଇବା ସମୟରେ ସଚେତ ରହନ୍ତୁ।

ସମ୍ବନ୍ଧିତ ଖବର