ଅଧିକ ବ୍ୟାୟାମ କରି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ଧର୍ମେନ୍ଦ୍ର, ଘରକୁ ଫେରି ପ୍ରଶଂସକଙ୍କୁ ଦେଲେ ଏହି ବାର୍ତ୍ତା

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଳାକାର ଧର୍ମେନ୍ଦ୍ରଙ୍କ ଅଚ‌ାନକ ଅଣ୍ଟା ବେମାରୀ ବାହାରିବା ପରେ ସେ ହସ୍ପିଟାଲ୍‌‌ରେ ଭର୍ତ୍ତି ହୋଇଥିଲେ। ଉପଯୁକ୍ତ ଚିକିତ୍ସା ପରେ ଧର୍ମେନ୍ଦ୍ର ରବିବାର ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ୮୬ ବର୍ଷୀୟ ଧର୍ମେନ୍ଦ୍ର ସୁସ୍ଥ ହୋଇଯିବା ପରେ ଏକ ଭିଡିଓ ଜରିଆରେ ପ୍ରଶଂସକମାନଙ୍କୁ ଏକ ବାର୍ତ୍ତା ଦେଇଛନ୍ତି। ଅତିରୁ ଇତି ହୋଇଥାଏ ବୋଲି କହି କେଉଁ ବି କାମକୁ ଅତି ନକରିବାକୁ ‌ସେ କହିଛନ୍ତି। ଅତିରିକ୍ତ ବ୍ୟାୟାମ ହେତୁ ତାଙ୍କର ଅଣ୍ଟା ବେମାରୀ ବାହାରିଥିବା କଥା ସେ ପ୍ରଶଂସକଙ୍କୁ ଜଣାଇଛନ୍ତି। ପ୍ରଶଂସକମାନଙ୍କ ଭଲପାଇବା ପାଇଁ ସେ ଏବେ ପୂରା ଠିକ୍‌ ଅଛନ୍ତି ବୋଲି ମଧ୍ୟ କହିଛନ୍ତି।

 

 

View this post on Instagram

 

A post shared by Dharmendra Deol (@aapkadharam)

ଆପଣ ଜାଣିଥିବେ ନିଶ୍ଚୟ ଯେ ଧର୍ମେନ୍ଦ୍ର ନିଜର ଫିଟ୍‌ନେସ୍‌କୁ ନେଇ ବେଶ ସଚେତନ। ସେ ଅନେକ ଦିନ ହେବ ବ୍ୟାୟାମ କରି ନିଜ ଶରୀରକୁ ଫିଟ୍‌ ରଖି ଆସୁଛନ୍ତି। ତାଙ୍କର ଫିଟ୍‌ନେସ୍‌ ପାଇଁ ତାଙ୍କୁ ବଲିଉଡ୍‌ର ହିମ୍ୟାନ୍‌ ବି କୁହାଯାଏ। ନିଜକୁ ଫିଟ୍‌ ରଖିବା ପାଇଁ ସେ ରୁଟିନ୍‌ ଓ୍କାର୍କଆଉଟ୍‌ ଓ ସୁଇମିଂ ପରି ଶାରୀରିକ କାର୍ଯ୍ୟ ସେ କରିଥାନ୍ତି। ତେବେ, ଟିକେ ଅସଚେତନତା ହେତୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି ହେବାକୁ ପଡ଼ିଲା।

ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌(ସିଡିସି) ଅନୁସାରେ, ୬୫ ବର୍ଷରୁ ଊର୍ଧ୍ବ ବୟସ୍କ ଦିନରୁ ସର୍ବାଧିକ ୩୦ ମିନିଟ୍‌ ବ୍ୟାୟାମ କରିପାରିବେ। ସପ୍ତାହକୁ ୫ ଦିନ ବ୍ୟାୟାମ କରିବା ଉଚିତ।

 

 

ସମ୍ବନ୍ଧିତ ଖବର