ଲକ୍ଷଣ ଜାଣି ଚିହ୍ନନ୍ତୁ ମଧୁମେହ ରୋଗ

ମଧୁମେହ ରୋଗ ଆଜିକାଲି ଏକ ଗମ୍ଭୀର ସମସ୍ୟା ପାଲଟିଛି । ଯାହା ପ୍ରୟତଃ ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି । ଏହି ସମସ୍ୟା ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ପାଖରେ ଅଧିକ ଦେଖା ଯାଉଛି । ପ୍ରଥମେ ଏହି ରୋଗ ୪୦ବର୍ଷ ପରେ ହେଉଥିବା ବେଳେ ଏବେ ଏହା ସବୁ ବୟସର ଲୋକମାନଙ୍କ ପାଖରେ ଦେଖା ଯାଉଛି । ତେବେ କିଛି ଲୋକ ଏହାର ସଙ୍କେତକୁ ଜାଣି ନ ପାରି ଅଣଦେଖା କରି ଦେଇଥାନ୍ତି । ଯାହା ପରେ ତାଙ୍କୁ ଅସୁବିଧାରେ ପକାଇଥାଏ । ତେବେ ମଧୁମେହ ରୋଗର ଚିକିତ୍ସା କରିବା ପାଇଁ ଏହାର ଲକ୍ଷଣ ଜାଣିବା ନିହାତି ଆବଶ୍ୟକ ।

୧. ସଠିକ୍‌ ପରିମାଣରେ ପାଣି ପିଇବା ପରେ ମଧ୍ୟ ଯଦି ଆପଣଙ୍କୁ ଶୋଷ ଲାଗୁଛି,ତେବେ ଏହା ମଧୁମେହ ରୋଗର ଲକ୍ଷଣ ବୋଲି ଜାଣି ନିଅନ୍ତୁ । କାରଣ ରକ୍ତରେ ସର୍କରାର ମାତ୍ରା ଅଧିକ ହେବା ଦ୍ୱାରା ତାହା ପରିଶ୍ରା ମାଧ୍ୟମରେ ବାହାରକୁ ବାହାରିଥାଏ । ଯାହାଦ୍ୱାରା ବାରମ୍ବାର ପରିଶ୍ରା ଲାଗିବା ଏବଂ ଶୋଷ ଲାଗିବା ଭଳି ସମସ୍ୟା ଦେଖା ଯାଇଥାଏ ।

Image result for diabetes"
Time

୨.ଯଦି ଅପାଣଙ୍କର ୩-୪ସପ୍ତାହରୁ ଅଧିକ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡ ବିନ୍ଧା ହେବା ଭଳି ସମସ୍ୟା ଦେଖା ଦେଉଛି । ତେବେ ତୁରନ୍ତୁ ଯାଇ ମଧୁମେହ ରୋଗର ଚିକିତ୍ସା କରାନ୍ତୁ । ମଧୁମେହ ରୋଗ ହେବା ହେତୁ ଶରୀରରେ ଇନ୍‌ସୁଲିନ୍‌ ସୃଷ୍ଟି ହେବା ବନ୍ଦ ହୋଇ ଯାଇଥାଏ । ଯାହା ଦ୍ୱାରା ମୁଣ୍ଡବିନ୍ଧା ହେବା ଭଳି ସମସ୍ୟା ଦେଖା ଯାଇଥାଏ ।
୩.ଟାଇପ୍‌-୧ ମଧୁମେହ ରୋଗ ହେବା ଦ୍ୱାରା ଲୋକମାନଙ୍କ ଦୃଷ୍ଟିଶକ୍ତି କମ ହୋଇ ଯାଇଥାଏ । ଯାହାଦ୍ୱାରା ଦୃଷ୍ଟିଶକ୍ତି ଚାଲିଯିବାର ମଧ୍ୟ ଆଶଙ୍କା ରହିଥାଏ । ହଠାତ୍‌ ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କୁ ପରାମର୍ଶ କରାନ୍ତୁ ।

ସମ୍ବନ୍ଧିତ ଖବର