ଜାଣନ୍ତି କି ! ପୁରୁଷଙ୍କ ତୁଳନାରେ ମହିଳା ମଧୁମେହ ରୋଗୀଙ୍କର ହାର୍ଟଫେଲ୍‌ ହେବାର ଆଶଙ୍କା ଢେର ଅଧିକ

ଇଣ୍ଟରନେସନାଲ୍‌ ଡାୟବେଟିସ ଫେଡରେସନ୍‌ (ଆଇଡିଏଫ୍‌ ) ର ତଥ୍ୟ ଅନୁଯାୟୀ ବର୍ତ୍ତମାନ ସମଗ୍ର ବିଶ୍ୱରେ ପ୍ରାୟ ୪୧ କୋଟି ୩୦ ଲକ୍ଷ ମଧୁମେହ ରୋଗୀ ଅଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ ୨୦ କୋଟି ହେଉଛନ୍ତି ମହିଳା। ମଧୁମେହ ରୋଗର ହୃଦରୋଗ ସହିତ ଯଥେଷ୍ଟ ସଂପର୍କ ରହିଛି ଏ କଥା ଉଣା ଅଧିକେ ସମସ୍ତଙ୍କୁ ଜଣା। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାଯାଇଛି ଯେ ମଧୁମେହରେ ପୀଡିତ ପୁରୁଷମାନଙ୍କ ତୁଳନାରେ ହାର୍ଟଫେଲ୍‌ ହେବାର ଆଶଙ୍କା ଢେର ଅଧିକ।
ଡାୟବେଟୋଲୋଜିୟା ନାମକ ଏକ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଟାଇପ-୧ ମଧୁମେହ ରୋଗରେ ପୀଡିତ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ କ୍ଷେତ୍ରରେ ହାର୍ଟଫେଲ୍‌ ହେବାର ଆଶଙ୍କା ୪୭ ପ୍ରତିଶତ ଅଧିକ। ଅପରପକ୍ଷରେ ଟାଇପ-୨ ଡାୟବେଟିସ ରୋଗରେ ପୀଡିତ ପୁରୁଷଙ୍କ ତୁଳନାରେ ମହିଳାଙ୍କ କ୍ଷେତ୍ରରେ ଏହା ୯ ପ୍ରତିଶତ ଅଧିକ ବୋଲି ଏଥିରେ କୁହାଯାଇଛି। ମଧୁମେହରେ ପୀଡିତ ମହିଳାମାନଙ୍କଠାରେ ହୃଦରୋଗ ବ୍ୟତୀତ ଅନ୍ୟାନ୍ୟ ରୋଗ ମଧ୍ୟ ପରିଲକ୍ଷିତ ହୋଇଥାଏ।

photo-navbharattimes

ଏହି ଗବେଷଣାରେ ଆହୁରି ମଧ୍ୟ କୁହାଯାଇଛି ଯେ ପୁରୁଷମାନଙ୍କ ଭଳି ମହିଳାମାନେ ମଧୁମେହ ରୋଗକୁ ବିଶେଷ ଗମ୍ଭୀରତାର ସହ ନେଇ ନ ଥାନ୍ତି। ସେମାନେ ଔଷଧ ସେବନ କ୍ଷେତ୍ରରେ ବି ବେପରବାୟ ମନୋଭାବ ପୋଷଣ କରିଥାନ୍ତି ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର