ଆଜି ହେଉଛି ମଧୁମେହ ଦିବସ । ଏହି ଅବସରରେ ଏସଂପର୍କରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି। ଆପଣ ଯଦି ମଧୁମେହ ବା ଡାଇବେଟିସ୍ରେ ପୀଡ଼ିତ ଅଛନ୍ତି, ତା’ହେଲେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ । ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ । ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଇ ଫ୍ରୁଟ୍ସ ମଧ୍ୟ ଖାଇପାରିବା । ଯେତେ ପର୍ବ ପାଳନ କଲେ ବା ଉପବାସ ରଖିଲେ ମଧ୍ୟ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍ । ଏହା ଆମ ପାଇଁ ଭଲ । ଏହି ପର୍ବରେ ବହୁତ ସଂପର୍କୀୟମାନଙ୍କୁ ମଧ୍ୟ ମିଠା ଦେବାକୁ ପଡିଥାଏ । ସେଥିପାଇଁ ଆମେ କମ୍ ବଜେଟ୍ରେ ସବୁ କରିବା ସେହି କଥା ଭାବିଥାଉ । ସେଥିପାଇଁ ଆମେ ଦୂର ସଂର୍ପକୀୟଙ୍କପାଇଁ କମ୍ ଦାମରେ ମିଠା କିଣିଥାଉ । କିନ୍ତୁ ଧ୍ୟାନ ରଖନ୍ତୁ ଶସ୍ତାରୁ ହିନସ୍ତା ହୋଇଥାଏ । ଯେମିତି କମ୍ ଦାମ୍ରେ ମିଠା ଦେବେ ସେମିତି ଆପଣଙ୍କ ପକେଟ୍ରୁ ହସ୍ପିଟାଲ ପାଇଁ ବିଲ୍ ଯିବ । ସେଥିପାଇଁ ସବୁ ଜିନିଷ ହାଇଜେନିକ୍ ହେବା ଦରକାର । ଆମେ କାମବ୍ୟସ୍ତରେ ପାଣି ପିଇବା ପାଇଁ ଭୁଲି ଯାଇଥାଉ । ସେଥିପାଇଁ ମନେ ରଖନ୍ତୁ ଯେତେ କାମ ଥିଲେ ମଧ୍ୟ ପାଣି ପ୍ରଚୁର ପରିମାଣରେ ପିଇବା ଉଚିତ୍ ।
ଆମେ ଭାବୁକି ହଁ ଦୀପାବଳି କି ଆଜି ପୁଅର ଜନ୍ମଦିନ ଅଛି, ଆଜି ଦିନକ ମିଠା ଖାଇ ଦେବା । କିନ୍ତୁ ଏହି ଅଧିକ କ୍ୟାଲୋରୀ ପରେ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆମେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ବନେଇଥାଉ । ତେଣୁ ଧ୍ୟାନ ରଖିବା ଉଚିତ୍ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରିବା । ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ସମ୍ଭାବନା ରହିଛି ।
ଯଦି ଆପଣଙ୍କର ହଜମ କରିବାର କ୍ଷମତା ନଥାଏ, ତା’ହେଲେ ଆପଣ ବିଭିନ୍ନ ପ୍ରକାର ମିଠା ଖାଇବା ଉଚିତ୍ ନୁହେଁ । ଏହା ଫଳରେ ଲୁଜ୍ ମୋସନ୍ ମଧ୍ୟ ହୋଇପାରେ । ସବୁବେଳେ ଯେମିତି ବ୍ୟାୟାମ କରୁଛନ୍ତି, ସେମିତି ମଧ୍ୟ ପ୍ରତିଦିନ କରିବା ଉଚିତ। ଆଜି ରବିବାର ବା ଛୁଟି ଅଛି କହି ଅଳସୁଆ ହୋଇଯିବା ଉଚିତ୍ ନୁହେଁ । ନିଜ ଡାଏଟ୍ରେ ଫାଇବର୍ ପରିମାଣ ବଢାନ୍ତୁ । ଲୁଣ କମ୍ ଖାଆନ୍ତୁ ।

ଯଦି ଘରେ ପାର୍ଟି ରଖିବାକୁ ଚାହୁଁଛନ୍ତି , ତା’ହେଲେ ଘରେ ମହୁ , ଗୁଡ ଓ ସ୍କିମ୍ଡ ମିଲକ୍ ଆଦି ବ୍ୟବହାର କରି ଡେଜର୍ଟ ବନାନ୍ତୁ । ଅନହେଲଦି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଯେମିତ ଡ୍ରିଙ୍କିଙ୍ଗ୍ , ସ୍ମୋକିଙ୍ଗ୍ ଓ ଡ୍ରଗ୍ସ ଆଦି । ଏସବୁ ନେଳେ ଖରାପ ପ୍ରଭାବ ପକେଇଥାଏ । ମଧୁମେହ ରୋଗୀମାନଙ୍କୁ ସାଧାରଣ ଲୋକଙ୍କ ଅପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ।