ଯଦି ଆପଣଙ୍କୁ ମଧୁମେହ ହୋଇଛି ତେବେ ଦୈନିକ ନିଶ୍ଚୟ ଖାଆନ୍ତୁ ଏହି ପରିବା

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି। ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି। ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ଉପଶମ କଷ୍ଟକର, ମାତ୍ର ରୋଗକୁ ଆୟତ୍ତରେ ରଖାଯାଇପାରେ। ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇ ପାରେ।

ତେବେ ଆପଣ ଯଦି ଏହି ରୋଗକୁ ଆୟତ୍ତରେ ରଖିବାକୁ ଚାହାନ୍ତି ତେବେ କଲରା ବ୍ୟତୀତ ଆପଣଙ୍କ ପାଇଁ ଅନ୍ୟ କିଛି ଭଲ ପରିବା ହୋଇ ନ ଥାଏ। ଜାଣିରଖନ୍ତୁ ଯେ ମାତ୍ରାଧିକ କଲରା ଖାଇବା ଦ୍ୱାରା, କଲରା ଜୁସ୍‌ ପିଇବା ଦ୍ୱାରା ରକ୍ତରେ ଶର୍କରା ପରିମାଣକୁ ଆଶାତୀତ ଭାବେ କମ କରାଯାଇ ପାରେ।

ଏହି ପିତା ପରିବାରେ ରହିଛି ପ୍ଲାଣ୍ଟ୍‌ ଇନ୍‌ସୁଲିନ୍‌ ପୋଲିପେପ୍‌ଟାଇଡ୍‌-ପି ତତ୍ତ୍ୱ। ଏହି ପରିବା ଖାଇବା ଦ୍ୱାରା ହାଇପରଗ୍ଲିସେମିଆ କମ ହେବା ସହ ରକ୍ତରେ ଶର୍କରା ପରିମାଣକୁ ନିୟନ୍ତ୍ରଣରେ ରଖାଯାଇପାରେ।

ଆପଣ କଲାରାକୁ ଭଜା, ତରକାରି ଯେପରି ବି ଖାଇପାରିବେ। ମାତ୍ର ମନେ ରଖନ୍ତୁ ଯଦି କଲରା ଜୁସ୍‌ ବନାଉଛନ୍ତି ତେବେ ସେଥିରୁ ମଞ୍ଜି ନିଶ୍ଚୟ କାଢ଼ି ଦିଅନ୍ତୁ।

ସମ୍ବନ୍ଧିତ ଖବର