ମଧୁମେହ ଆଜିକାଲି ଏକ ସାଧାରଣ ସମସ୍ୟା। ପ୍ରତ୍ୟେକ ଘରେ ମଧୁମେହ ରୋଗୀ ଆପଣ ପାଇବେ। ହେଲେ ଉପଯୁକ୍ତ ସଚେତନତା ଅବଲମ୍ବନ କଲେ ଆପଣଙ୍କର ଏ ରୋଗ କିଛି କ୍ଷତି କରିପାରିବନି। ତେବେ ଚାଲନ୍ତୁ ଜାଣିବା ଏହି ରୋଗରୁ ନିଜକୁ ବଞ୍ଚାଇ ରଖିବାକୁ କ’ଣ କରିବାକୁ ହେବ।
ମଧୁମେହ ଉପରେ ଆତ୍ମ-ଶିକ୍ଷା: ଆତ୍ମ-ଶିକ୍ଷାର ଗୁରୁତ୍ୱକୁ ଅଣଦେଖା କରନ୍ତୁ ନାହିଁ। ଗ୍ଲୁକୋଜ ଟାର୍ଗେଟ୍ରୁ ନେଇ ସମ୍ଭାବ୍ୟ ଦୀର୍ଘକାଳୀନ ଜଟିଳତା ବିଷୟରେ ଆବଶ୍ୟକୀୟ ଜ୍ଞାନ ରଖନ୍ତୁ।
ନିୟମିତ ତଦାରଖ: ରକ୍ତରେ ଗ୍ଲୁକୋଜର ସ୍ତର ଏବଂ ଏଚ୍ବିଏଆଇସି ସଂପର୍କରେ ପ୍ରତି ତିନି ମାସରେ ଥରେ ପରୀକ୍ଷା କରି ଜାଣନ୍ତୁ। ଏହାକୁ ବାରମ୍ବାର ତଦାରଖ କରିବା ଦ୍ବାରା ଆପଣ ଯାହା ପରିବର୍ତ୍ତନର ଆବଶ୍ୟକତା ଥିବ କରିପାରିବେ। ନିଜ ସ୍ବାସ୍ଥ୍ୟ ପାଇଁ ଭୁଲ୍ ସଂଶୋଧନ କରିବାକୁ ଜ୍ଞାନ ପାଇବେ।
ବାର୍ଷିକ ସ୍କ୍ରିନିଂ: ମଧୁମେହ ସହିତ ଜଡିତ ଜଟିଳତା ରୋଗ ପାଇଁ ବାର୍ଷିକ ସ୍କ୍ରିନିଂ ଆବଶ୍ୟକ। ନିୟମିତ ଚେକ୍ ଅପକୁ ଏକ ସକ୍ରିୟ ପଦକ୍ଷେପ। ଯାହା ଦ୍ବାରା ଆମେ ଗୁରୁତର ଜଟିଳତାକୁ ରୋକିବାରେ ସକ୍ଷମ ହୋଇପାରିବା।
ଯାତ୍ରା ସମୟରେ, ଖାଦ୍ୟପେୟ ପସନ୍ଦ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଯାଏ। ରକ୍ତରେ ଶର୍କରା ସ୍ତର ବଜାୟ ରଖିବା ନିହାତି ଆବଶ୍ୟକ। କାରଣ ଖାଦ୍ୟପେୟରେ ଟିକେ ଅବହେଳା ହେଲେ ସାଂଘାତିକ ହୋଇପାରେ।
କ୍ୟାଲୋରୀ ଟ୍ରାକିଂ ପାଇଁ ଡିଜିଟାଲ୍ ଘଣ୍ଟା ଏବଂ ଆପ୍ ବ୍ୟବହାର କରି ରକ୍ତରେ ଶର୍କରାର ପରିମାଣକୁ ଜାଣନ୍ତୁ। ଆଜିକାଲି ଏହା ସବୁ ଅତି ସାଧାରଣ ପାଲଟିଗଲାଣି। ଏହି ଉପକରଣଗୁଡ଼ିକ ରିଅଲ୍-ଟାଇମ୍ ଡାଟା ପ୍ରଦାନ କରେ, ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ଜୀବନଶୈଳୀ ଏବଂ ଖାଦ୍ୟପେୟ ଅଭ୍ୟାସ ବିଷୟରେ ନିଷ୍ପତ୍ତି ନେବାକୁ ସଶକ୍ତ କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/Untitled-77.jpg)