ନୂଆଦିଲ୍ଲୀ: ଦିନକୁଦିନ ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରି ପରିସ୍ଥିତିରେ ଖାଦ୍ୟରେ ରୁଟି ଓ ଭାତକୁ କେତେ ପରିମାଣରେ କିପରି ଭାବେ ସାମିଲ କରାଯିବ ସେ ନେଇ ଲୋକେ ଦ୍ବନ୍ଦ୍ବରେ ପଡ଼ି ଯାଇଥାଆନ୍ତି।
 ପ୍ରତିଦିନ ଖାଇବା ଅଭ୍ୟାସ ଆମର ଅନ୍ତନଳୀ ସ୍ୱାସ୍ଥ୍ୟକୁ କିପରି ପ୍ରଭାବିତ କରୁଛି ଆସନ୍ତୁ ସେ ବିଷୟରେ ଜାଣିବl।

Advertisment

ଭାରତୀୟ ଖାଦ୍ୟଗୁଡ଼ିକରେ ପ୍ରାୟତଃ କାର୍ବୋହାଇଡ୍ରେଟ୍ ଅଧିକ ରହିଥାଏ। ଧଳା ଭାତ, ରିଫାଇନ୍ ମଇଦା ରୁଟି, ଭଜା ପନିପରିବା ଏବଂ ମିଠା ଚା'ରେ କାର୍ବୋହାଇଡ୍ରେଟ୍ ଅଧିକ ରହିଥାଏ। ଏହି ସାଧାରଣ ଦେଖାଯାଉଥିବା ଖାଦ୍ୟରେ ଫାଇବର ଏବଂ ପ୍ରୋଟିନ୍ ଅଭାବ ରହିଥାଏ ଯାହା ରକ୍ତରେ ଶର୍କରା ବୃଦ୍ଧି କରିପାରେ।

ମଥୁମେହ ରୋଗୀଙ୍କୁ ରୁଟି ଏବଂ ପନିବାରିବା ଖାଇବା ବାରଣ ନୁହେଁ।  କିନ୍ତୁ ପାର୍ଥକ୍ୟ ଆପଣ କିପରି ଖାଉଛନ୍ତି ତାହା ଉପରେ ନିର୍ଭର କରିଥାଏ। ଯଦି ଆପଣଙ୍କ ଖାଦ୍ୟ ସନ୍ତୁଳିତ ଅର୍ଥାତ୍, ଦୁଇଟି ରୁଟି ସହିତ ଡାଲି, ପର୍ଯ୍ୟାପ୍ତ ପନିପରିବା ଏବଂ ଟିକେ ଦହି କିମ୍ବା ପନିର ରହିଛି ତେବେ ଏହା ଏକ ସୁସ୍ଥ ମିଶ୍ରଣ ଖାଦ୍ୟ ଥାଲି। ସେହିପରି ଯଦି ପରିଷ୍କୃତ ଗହମ ବଦଳରେ ବାଜରା, ମଲ୍ଟିଗ୍ରେନ୍ ଅଟା ବ୍ୟବହାର କରିବା ତେବେ ଏହା ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ।

ଡାକ୍ତରଙ୍କ ମତରେ ଆମର ପାକସ୍ଥଳୀ (ଯାହାକୁ ଦ୍ୱିତୀୟ ମସ୍ତିଷ୍କ ଭାବରେ ମଧ୍ୟ ଜଣାଯାଏ) ଶର୍କରା ନିୟନ୍ତ୍ରଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଏଥିରେ ଥିବା ଜୀବାଣୁ କାର୍ବୋହାଇଡ୍ରେଟ୍ ଭାଙ୍ଗିବା, ପ୍ରଦାହ କମାଇବା ଏବଂ ମେଟାବୋଲିଜିମ୍ ଉନ୍ନତ କରିବାରେ ସାହାଯ୍ୟ କରେ। 

ଶର୍କରା ନିୟନ୍ତ୍ରଣ କରିବା ପାଇଁ ମଧୁମେହ ରୋଗୀମାନେ ଉଷୁମ ପାଣି ଏବଂ ଭିଜା ବାଦାମ ସହିତ ନିଜର ସକାଳ ଆରମ୍ଭ କରିପାରିବେ। ଏହା ସହିତ ମଧୁମେହ ରୋଗୀମାନେ ଖାଦ୍ୟ ଖାଇବାପରେ ୧ ମିନିଟ୍ ଚାଲିବା ଉଚିତ୍ ଯାହା ଦ୍ୱାରା ସେମାନଙ୍କର ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ।

ଏହା ବ୍ୟତୀତ, ମଧୁମେହ ରୋଗୀମାନେ ଚାପ କମାଇବାକୁ ଚେଷ୍ଟା କରିବା ଉଚିତ, କାରଣ ଚାପ ସିଧାସଳଖ ରକ୍ତ ଶର୍କରାକୁ ପ୍ରଭାବିତ କରିପାରେ।