ମଧୁମେହ ରୋଗୀଙ୍କ ପାଇଁ ଏହି ପାନୀୟ କ୍ଷତିକାରକ

ଆଜି ହେଉଛି ବିଶ୍ବ ମଧୁମେହ ଦିବସ। ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ପାନୀୟ ମଧୁମେହ ରୋଗୀଙ୍କ ପାଇଁ କ୍ଷତିକାରକ।

ଆମେ ସମସ୍ତେ ଜାଣୁ ଯେ ଆଖୁରସ ଏକ ଉପକାରୀ ପାନୀୟ, କାରଣ ଏଥିରେ କାଲସିୟମ୍‌, ପଟାସିୟମ୍‌, ଆଇରନ୍‌, ମାଗ୍ନେସିୟମ ଓ ଫସଫରସ ଭଳି ଆବଶ୍ୟକୀୟ ପୋଷଣକାରୀ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହା ଛଡା ଆଖୁ ରସ ଶରୀରରେ ରକ୍ତ ସଞ୍ଚାଳନକୁ ବି ଠିକ୍‌ କରିଥାଏ । କିନ୍ତୁ ଆପଣ ଜାଣନ୍ତି କି କେତେକ ଅବସ୍ଥାରେ ଆଖୁରସ ପିଇବା ବର୍ଜନୀୟ ।
– ଆଖୁରସରେ ପ୍ରଚୁର ପରିମାତ୍ରାରେ ସୁଗାର୍‌ ଥିବା ହେତୁ ଯଦି ଆପଣ ଯଦି ମଧୁମେହ ରୋଗୀ ହୋଇଥାଆନ୍ତି, ତେବେ ତାହା ବର୍ଜନୀୟ । କାରଣ ଆଖୁରସ ମଧୁମେହ ରୋଗୀଙ୍କ ପାଇଁ ବିଷ ସଦୃଶ ।

Image result for sugarcane juice
image source-times o findia

– ଯଦି ଆପଣଙ୍କର ଓଜନ ଅଧିକ ହୋଇଥାଏ, ତେବେ ମଧ୍ୟ ଆଖୁ ରସ ପିଇବା ଅନୁଚିତ । କାରଣ ଏଥିରେ ଅଧିକ ମାତ୍ରାରେ କାଲୋରି ଓ ସୁଗାର୍‌ ଥାଏ, ଯାହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ

-ଯଦି ଆପଣଙ୍କୁ କାଶ ହେଉଛି, ତେବେ ଆଖୁ ରସ ପିଇବା ଉଚିତ୍‌ ନୁହେଁ । ଏଭଳି ସମୟରେ ତାହା ପାନ କଲେ ଶରୀରରେ କଫର ସମସ୍ୟା ଦେଖାଯାଇଥାଏ ।
– ଯଦି ଆପଣଙ୍କ ପେଟ କାଟୁଥିବ, ତେବେ ବି ଆଖୁ ରସ ପିଇବା ଅନୁଚିତ ।

ସମ୍ବନ୍ଧିତ ଖବର