ମଧୁମେହ ରୋଗୀଙ୍କ ପାଇଁ ଏହି ଜଳଖିଆ ବେଶ ଉପଯୋଗୀ

ମଧୁମେହ ରୋଗୀମାନଙ୍କର ଖାଇବା ଉପରେ ଢ଼େର ସତର୍କତା ଅବଲମ୍ବନ କରାଯାଇଥାଏ।

ଗୁଜୁରାତି ଢୋକଲା ଖାଇବାକୁ ଅନେକ ଲୋକ ପସନ୍ଦ କରିଥାଆନ୍ତି । ସେମାନେ ଜଳଖିଆରେ ଏହାକୁ ଖାଇଥାଆନ୍ତି । ହେଲେ ଆପଣ କ’ଣ ଜାଣନ୍ତି କି ନିୟମିତ ଢୋକଲା ଖାଇଲେ ଓଜନ ହ୍ରାସ ହୋଇଥାଏ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ଯେ ଢୋକଲାରେ ଆଦୌ ଫ୍ୟାଟ୍‌ ନ ଥାଏ । ଏହାକୁ ଏକ ସନ୍ତୁଳିତ ଆହାର ବୋଲି କୁହାଯାଏ ।

ଢୋକିଲା ଖାଇଲେ ଶରୀରରେ ନୂଆ କୋଷିକା ସୃଷ୍ଟି ହୋଇଥାଏ, କାରଣ ଢୋକଲା ବେସନରୁ ପ୍ରସ୍ତୁତ ହୋଇଥାଏ । ଏହା ଛଡ଼ା ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ଓ ଆଇରନ୍‌ ଥାଏ । ୧୦୦ ଗ୍ରାମ୍‌ ଢୋକଲାରେ ୧୬୦ କାଲୋରି ଥାଏ ।

image source– live hindustan

ଇଡଲି, ଦୋସା ଭଳି ଢୋକଲା ମଧ୍ୟ ଶରୀର ମୋଟାପା କମାଇବାରେ ସହାୟକ ହୋଇଥାଏ । ଏହା ଏକ ସୁସ୍ୱାସ୍ଥ୍ୟ ପ୍ରଦାନକାରୀ ଜଳଖିଆ, କାରଣ ଏହା ଖୁବ୍‌ ଲାଇଟ୍‌ ଫୁଡ୍‌ । ମଧୁମେହ ରୋଗୀମାନଙ୍କ ପାଇଁ ମଧ୍ୟ ଖୁବ୍‌ ଉପାଦେୟ ହେଉଛି ଢୋକଲା । ଏଥିରେ ଫାଇବର ଓ ପ୍ରୋଟିନ୍‌ର ମାତ୍ରା ଅଧିକ । ଢୋକଲାରେ କମ୍‌ ପରିମାଣରେ ଗ୍ଲାଇସୋମିକ୍‌ ଇଣ୍ଡେକସ ଥିବା ହେତୁ ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ।

ଆଜିକାଲି ବଜାରରେ ବିଭିନ୍ନ କଂପାନି ମିକ୍ସ ମିଳୁଛି । ଏହାକୁ ନେଇ ସହଜରେ ନିଜ ଘରେ ଢୋକଲା ପ୍ରସ୍ତୁତ କରାଯାଇ ପାରୁଛି । ଏଣୁ ଜଳଖିଆରେ ଏହାକୁ ଗ୍ରହଣ କରିଲେ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ କମିଯିବ ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର