ଆପଣ କ’ଣ ମଧୁମେହ ରୋଗରେ ପୀଡ଼ିତ ? ମିଠା ବଦଳରେ ଖାଆନ୍ତୁ ଏହା

ଆପଣ ଯଦି ମଧୁମେହ ରୋଗରେ ପୀଡ଼ିତ ଅଛନ୍ତି, ତା’ହେଲେ ଆପଣଙ୍କୁ କେତେକ ପ୍ରସଙ୍ଗରେ ବିଶେଷ ଧ୍ୟାନ ଦେବାକୁ ପଡିବ । ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍‌ ସୁଗାର ଅଧିକ ହୋଇଯାଏ । ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ । ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଇ ଫ୍ରୁଟ୍‌ସ ମଧ୍ୟ ଖାଇପାରିବା । ଯେତେ ବ୍ରତ ପାଳନ କଲେ ମଧ୍ୟ ଠିକ୍‌ ସମୟରେ ଠିକ୍‌ ପରିମାଣର ଖାଦ୍ୟ ଖାଇବା ଉଚିତ୍‌ । ଏହି ପର୍ବରେ ବହୁତ ସଂପର୍କୀୟମାନଙ୍କୁ ମଧ୍ୟ ମିଠା ଦେବାକୁ ପଡିଥାଏ ।

ସେଥିପାଇଁ ଆମେ କମ୍‌ ବଜେଟ୍‌ରେ ସବୁ କରିବା ସେହି କଥା ଭାବିଥାଉ । ସେଥିପାଇଁ ଆମେ ଦୂର ସଂର୍ପକୀୟଙ୍କପାଇଁ କମ୍‌ ଦାମରେ ମିଠା କିଣିଥାଉ । କିନ୍ତୁ ଧ୍ୟାନ ରଖନ୍ତୁ ଶସ୍ତାରୁ ହିନସ୍ତା ହୋଇଥାଏ । ଯେମିତି କମ୍‌ ଦାମ୍‌ରେ ମିଠା ଦେବେ ସେମିତି ଆପଣଙ୍କ ପକେଟ୍‌ରୁ ହସ୍ପିଟାଲ ପାଇଁ ବିଲ୍‌ ଯିବ । ସେଥିପାଇଁ ସବୁ ଜିନିଷ ସ୍ୱାସ୍ଥ୍ୟକର ହେବା ଦରକାର ।

ସମ୍ବନ୍ଧିତ ଖବର