ଯଦି ଆପଣ କିମ୍ବା ଆପଣଙ୍କ ସଂପର୍କୀୟ କେହି ମଧୁମେହ ରୋଗରେ ଆକ୍ରାନ୍ତ ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର। ଦଳେ ଗବେଷକ ମିଶି କରିଥିବା ଏକ ନୂଆ ଗବେଷଣାରୁ ଏପରି ଏକ ଇନ୍ସୁଲିନ୍ ପ୍ୟାଚେସ୍ ବାହାର କରିଛନ୍ତି ଯାହା ସଂପୂର୍ଣ୍ଣ ଯନ୍ତ୍ରଣାଶୂନ୍ୟ। ଫଳରେ ପୂର୍ବରୁ ମଧୁମେହ ରୋଗୀମାନେ ଇନ୍ସୁଲିନ୍ ସକାଶେ ଦୈନିକ ଯେଉଁ ଇନ୍ଜେକ୍ସନ ନେଉଥିଲେ ଏହି ପ୍ୟାଚେସ୍ ତାହାର ବିକଳ୍ପ ଭାବେ କାର୍ଯ୍ୟ କରିବ। ଏହି ଇନ୍ସୁଲିନ୍ ପ୍ୟାଚେସ୍କୁ ରୋଗୀମାନେ ସପ୍ତାହକୁ ଗୋଟାଏ ଥର ବ୍ୟବହାର କଲେ ବି ଚଳିବ।
ଏ ସଂପର୍କରେ ଆମେରିକୀୟ ଗବେଷକ ଡ. ରିଚାର୍ଡ ଲିପ୍ମ୍ୟାନ୍ କହିଛନ୍ତି, ‘ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କ ଶରୀରରୁ ମଧ୍ୟ କିଛି ପରିମାଣରେ ଇନ୍ସୁଲିନ୍ କ୍ଷରିତ ହୋଇଥାଏ। ଗବେଷକମାନେ ବାହାର କରିଥିବା ଏହି ମାଇକ୍ରୋନିଡିଲ୍ ପ୍ୟାଚ୍ ଜରିଆରେ ବିନା କଷ୍ଟରେ ଶରୀରକୁ ଇନ୍ସୁଲିନ୍ ଯୋଗାଇ ହେବ। ଏହା ସେତେଟା ଜଟିଳ ମଧ୍ୟ ନୁହେଁ।
/sambad/media/post_attachments/wp-content/uploads/2018/01/dc-Cover-ijo5lpal4sm512vaudb0fdv0m7-20160407054042.Medi_-300x168.jpeg)
ଇଣ୍ଟରନ୍ୟାସନାଲ ଡାଇବେଟିସ୍ ଫେଡେରେସନ୍(ଆଇଡିଏଫ୍) ପକ୍ଷରୁ ହୋଇଥିବା ଗଣନାରୁ ଜାଣିବାକୁ ମିଳିଛି ଯେ ବିଶ୍ୱରେ ସମୁଦାୟ ୩୭୧ ମିଲିୟନ୍ ଲୋକ ମଧୁମେହ ରୋଗରେ ଆକ୍ରାନ୍ତ। ଏହି ସରଳ ଚିକତ୍ସା ପ୍ରକ୍ରିୟା ବାହାରିବା ପରେ ଅଧିକାଂଶ ଲୋକେ ଚିକିତ୍ସା ହେବାକୁ ମନ ବଳାଇବେ ବୋଲି ଆଶା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/a26b36b0-eeab-11e7-9b6a-9c455a15825b.jpg)