ମିଠା ଖାଇବା ସମସ୍ତଙ୍କୁ ପସନ୍ଦ ହୋଇଥାଏ। କିନ୍ତୁ ଡାଏଟିଙ୍ଗ କରିବା ସମୟରେ ଲୋକମାନେ ପ୍ରାୟ ମିଠା ଜାତୀୟ ଖାଦ୍ୟ ବା ଅଧିକ କ୍ୟାଲୋରି ଥିବା ଖାଦ୍ୟ ଖାଇ ନଥାନ୍ତି। ଡାଏଟିଙ୍ଗ କରୁଥିବା ବେଳେ ଆପଣ କୌଣସି ଜିନିଷ ଖାଇବା ପୂର୍ବରୁ ସେଥିରେ କେତେ କ୍ୟାଲୋରି ରହିଛି ତାହା ନିଶ୍ଚୟ ଦେଖନ୍ତି । କିନ୍ତୁ ଏମିତି ବି କିଛି ଜିନିଷ ରହିଛି ଯାହାକୁ ସ୍ୱାସ୍ଥ୍ୟକର ଭାବି ଆପଣ ଖାଇ ନିଅନ୍ତି । କିନ୍ତୁ ତାହା ପ୍ରକୃତରେ ଡାଏଟିଙ୍ଗ ସମୟରେ ଆପଣଙ୍କ ପାଇଁ ସ୍ୱାସ୍ଥ୍ୟକର ହୋଇ ନ ଥାଏ । କାରଣ ସେଥିରେ ଚିନି ଅଂଶ ଅଧିକ ପରିମାଣରେ ରହିଥାଏ । ଯଦି ଆପଣ ଡାଏଟିଙ୍ଗ କରିବା ସମୟରେ ଏହି ସବୁ ଜିନିଷ ଖାଉଛନ୍ତି ତେବେ ଆପଣଙ୍କର ଓଜନ କମିବା ପରିବର୍ତ୍ତେ ବଢ଼ିଯିବ। ଆସନ୍ତୁ ଜାଣିବା ସେ ବିଷୟରେ..
୧. କିଛି ଲୋକ ଟମାଟୋ କେଚ୍ଅପ୍କୁ ସ୍ୱାସ୍ଥ୍ୟକର ବୋଲି ଭାବିଥାନ୍ତି। ଏହା ଟମାଟୋରେ ତିଆରି ହୋଇଥିବାରୁ କିଛି ଲୋକ ଡାଏଟିଙ୍ଗ କରିବା ସମୟରେ ଏହାକୁ ଖାଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଏହାକୁ ତିଆରି କରିବା ପାଇଁ ଟମାଟୋ ସହ ଅଧିକ ପରିମାଣରେ ଚିନି,ଲୁଣ ଏବଂ ମସଲା ବ୍ୟବହାର କରାଯାଇଥାଏ, ଯାହାକୁ ଡାଏଟିଙ୍ଗ ସମୟରେ ଖାଇଲେ ଆପଣଙ୍କ ଓଜନ କମିବା ପରିବର୍ତ୍ତେ ବଢ଼ି ଯାଇଥାଏ ।
୨.ମହୁକୁ ଓଜନ କମାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଆଜିକାଲି ବଜାରରେ ମିଳୁଥିବା ମହୁରେ ଚିନିର ମାତ୍ରା ଅଧିକ ଥିବା ଦେଖିବାକୁ ମିଳୁଛି । ଯାହା ଆପଣଙ୍କ ଓଜନକୁ କମାଇବା ପରିବର୍ତ୍ତେ ବଢ଼ାଉଛି। ସେଥିପାଇଁ ଯଦି ଆପଣ ଡାଏଟିଙ୍ଗ କରୁଛନ୍ତି ତେବେ ବିଶୁଦ୍ଧ ମହୁ ଆଣି ବ୍ୟବହାର କରନ୍ତୁ ।

୩. ଆଜିକାଲି ବଜାରରେ ଅନେକ ପ୍ରକାର ଫଳ ରସ ମିଳୁଛି । ଯାହାକୁ ଆପଣ ସ୍ୱାସ୍ଥ୍ୟକର ଭାବି ନିଜ ଡାଏଟ୍ରେ ସାମିଲ କରିଥାନ୍ତି । କିନ୍ତୁ ଏଥିରେ ମଧ୍ୟ ଚିନିର ପରିମାଣରେ ଅଧିକ ମାତ୍ରରେ ଥିବା ଦେଖିବାକୁ ମିଳୁଛି, ଯାହା ଆପଣଙ୍କ ଓଜନକୁ କମିବାକୁ ଦେଇ ନ ଥାଏ ।
୪.ଓଜନ କମାଇବା ପାଇଁ କିଛି ଲୋକ ସକାଳ ଖାଦ୍ୟରେ ବ୍ରେଡ୍ ଖାଇବାକୁ ପସନ୍ଦ କରିଥାନ୍ତି । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବ୍ରାଉନ୍ ବ୍ରେଡକୁ ସ୍ୱାସ୍ଥ୍ୟକର ଭାବି ଖାଇ ଥାନ୍ତି । କିନ୍ତୁ ଏହି ଦୁଇଟି ଯାକ ଶରୀର ପାଇଁ ହାନିକାରକ । କାରଣ ଏଥିରେ ଶର୍କରା ପରିମାଣ ଅଧିକ ଥାଏ, ଯାହା ଓଜନକୁ ବଢ଼ାଏ ।