ଓଜନ କମାଇବା ପରିବର୍ତ୍ତେ ବଢ଼ାଇଥାଏ ଏହି ସବୁ ଖରାପ ଅଭ୍ୟାସ

ମୋଟାପଣର ଶିକାର ହୋଇଥିବା ଲୋକେ ନିଜର ଓଜନ କମାଇବା ପାଇଁ ସବୁବେଳେ ଡାଏଟିଙ୍ଗର ସାହାରା ନେଇଥାନ୍ତି । ଡାଏଟିଙ୍ଗ କରିବା ନିଶାରେ କିଛି ଲୋକ ଖାଇବା ପିଇବା ହିଁ ବନ୍ଦ କରି ଦେଇଥାନ୍ତି । ଯାହାଦ୍ୱାରା ସେମାନଙ୍କର ଓଜନ କମ ହେବା ପରିବର୍ତ୍ତେ ବଢ଼ି ଯାଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଡାଏଟିଙ୍ଗ କରିବାର ସଠିକ୍‌ ଉପାୟ ବିଷୟରେ ଜଣାଇବୁ ।

୧. ଡାଏଟିଙ୍ଗ କରିବା ସମୟରେ ଭୋକରେ ଜମା ବି ରୁହନ୍ତୁ ନାହିଁ । ଭୋକ ଲାଗିବା ମାତ୍ରେ କିଛି ନା କିଛି ଖାଇ ନିଅନ୍ତୁ । କାରଣ ଭୋକିଲା ରହିବା ଦ୍ୱାରା ଶରୀରରେ ଫ୍ୟାଟ୍‌ ଜମା ହେବାକୁ ଲାଗିଥାଏ, ଯାହା ଓଜନ କମାଇବା ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ।

nari.punjabkesari.in

୨. ଯଦି ଆପଣ ଡାଏଟିଙ୍ଗ କରୁଛନ୍ତି, ତେବେ ନିଜ ଡାଏଟ୍‌ରେ ପ୍ରୋଟିନ୍‌, କାର୍ବୋହାଇଡ୍ରେଟ୍‌, ଭିଟାମିନ୍‌, ମିନେରାଲ୍ସ ଏବଂ କମ ଫ୍ୟାଟ୍‌ ଥିବା ଜିନିଷ ସାମିଲ କରନ୍ତୁ ।

୩. ଡାଏଟିଙ୍ଗ କରିବା ସମୟରେ ଏକାଥରେ ଅଧିକ ଖାଦ୍ୟ ଖାଇବା ଅପେକ୍ଷା, ଥର ଥର କରି ଅଳ୍ପ ଅଳ୍ପ ଖାଦ୍ୟ ଖାଆନ୍ତୁ । ପ୍ରତି ୨ଘଣ୍ଟାକୁ ଥରେ କିଛି ନା କିଛି ଖାଆନ୍ତୁ ।

୪. ଚିନିରେ ଅଧିକ ପରିମାଣରେ କ୍ୟାଲୋରୀ ରହିଥାଏ । ଯଦି ଆପଣ ନିଜର ଓଜନ କମ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ନିଜ ଡାଏଟ୍‌ ଚାଟ୍‌ରୁ ହଟାଇ ଦିଅନ୍ତୁ ।

nari.punjabkesari.in

୫. ଦିନରେ ଶୋଇବା ଅଭ୍ୟାସ ବଦଳାନ୍ତୁ । ଖାଇବା ପରେ ୨୦-୨୫ମିନିଟ୍‌ ବିଶ୍ରାମ କରି ଉଠି ଯାଆନ୍ତୁ । ମଧ୍ୟାହ୍ନ ଭୋଜନ ପରେ ୨-୩ଘଣ୍ଟା ଶୋଇବା ଦ୍ୱାରା ପେଟ ବଢ଼ି ଯାଇଥାଏ ।

ସମ୍ବନ୍ଧିତ ଖବର