ଏୟାର କଣ୍ଡିସନରରେ ବସିଲେ ଆରାମ ଲାଗେ, ଦୀର୍ଘ ସମୟ ବସିବା ଯୋଗୁଁ ଏସବୁ ସମସ୍ୟା ଦେଖାଦେଇପାରେ

ସାଧାରଣତଃ ଖରାପାଗ ହେଉ କି ଶୀତ, କିନ୍ତୁ ଏସି ବା (ଏୟାର୍‌ କଣ୍ଡିସ୍‌ନର) ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେଣିକି ସେ ଘର,ଦୋକାନ ,ସପିଂ ମଲ୍‌ କିମ୍ବା କାର୍ଯ୍ୟାଳୟ ସବୁଠି ଏସିର ବ୍ୟବହାର ବଢ଼ିଚାଲିଛି। ତେଣୁ ଲଗାତାର ଏସି ମଧ୍ୟରେ ବସି କାମ କରିବା ଯୋଗୁଁ ନା ଯେ କେବଳ ଆମର ଆଣ୍ଠୁଜନିତ ଦରଜ ସମସ୍ୟା ହୁଏ, ତାହା ନୁହେଁ ବରଂ ଏହା ଆମ ଶରୀରରେ ରହିଥିବା ସମସ୍ତ ଗଣ୍ଠିରେ ଦରଜ ହୋଇଥାଏ।

୧-ମୁଖ୍ୟତଃ କାର୍ଯ୍ୟାଳୟରେ ଆମେ ୮ ଘଣ୍ଟାରୁ ଅଧିକ ସମୟ ବିତାଇଥାଉ। ଏଠାରେ ଏସିର ଥଣ୍ଡାପବନ ଆମ ଶରୀରକୁ ଥଣ୍ଡା ଏବଂ ଶାନ୍ତି ପ୍ରଦାନ କରିଥାଏ। ହେଲେ କ’ଣ ଆପଣ ଜାଣନ୍ତି କି ଲମ୍ବା ସମୟ ଧରି ଏସିରେ ବସି କାମ କରିବା ଯୋଗୁଁ ଏହା ଆମ ସ୍ୱାସ୍ଥ୍ୟଲାଗି ହାନିକାରକ ସାବସ୍ତ୍ୟ ହୁଏ। କାରଣ ଏସିର ତାପମାତ୍ରା ଅଧିକ ବା କମ୍‌ କରିବା ଯୋଗୁଁ ମୁଣ୍ଡବ୍ୟଥା ଜନିତ ସମସ୍ୟା ଉପୁଜିଥାଏ। କାରଣ ମସ୍ତିଷ୍କର ଶିରାପ୍ରଶିରା ଏସିର କମ୍‌ ତାପମାତ୍ରାକୁ ସହିବାକୁ ସକ୍ଷମ ହୋଇନଥାଏ।

୨-ଏତଦ୍‌ବ୍ୟତୀତ ଏୟାରକଣ୍ଡିସ୍‌ନରର ବ୍ୟାପକ ବ୍ୟବହାର ଯୋଗୁଁ ବ୍ୟକ୍ତିଠାରେ ମୋଟାପଣ ସୃଷ୍ଟି ହୋଇଥାଏ। କାରଣ ଥଣ୍ଡା ସ୍ଥାନମାନଙ୍କରେ ବ୍ୟକ୍ତି ଶରୀରର ଶକ୍ତି ଖର୍ଚ୍ଚ ହୋଇନଥାଏ,ବରଂ ଏହା ବ୍ୟକ୍ତି ଶରୀରରେ ଚର୍ବି ବୃଦ୍ଧି କରେ।

୩- ତେବେ ଲମ୍ବା ସମୟ ପର୍ଯ୍ୟନ୍ତ ଏସିରେ ରହିବା ଯୋଗୁଁ କ୍ଳାନ୍ତ ଆସିଥାଏ । କେବଳ ଏତିକି ନୁହେଁ , ଏହାର ତାପମାତ୍ରା ଅଧିକ ବା କମ୍‌ କରିବା ଯୋଗୁଁ ବ୍ୟକ୍ତିକୁ ମୁଣ୍ଡବିନ୍ଧା ଏବଂ ଚିଡ଼ାପଣ ଅନୁଭବ ହୋଇଥାଏ। ଏଥିସହିତ ଏସିରୁ ବାହାରି ସମାନ୍ୟ ତାପମାତ୍ରା ବା ଗରମ ସ୍ଥାନକୁ ଯିବାଦ୍ୱାରା ବ୍ୟକ୍ତି ଲମ୍ବା ସମୟ ପର୍ଯ୍ୟନ୍ତ ଥଣ୍ଡାଜନିତ ସମସ୍ୟାରେ ପଡ଼ିଥାଏ।

Quora

୪-ଏହାସହିତ ଏସିର ତାପମାତ୍ରା ବହୁତ ଓ କମ୍‌ ହେବା ମଧ୍ୟ ମସ୍ତିଷ୍କର କୋଷିକାକୁ ସଂକୁଚିତ କରିଥାଏ। ଯାହାଦ୍ୱାରା ମସ୍ତିଷ୍କର କ୍ଷମତା ଏବଂ କ୍ରିୟାଶୀଳତା ଉପରେ ଖରାପ ପ୍ରଭାବ ପଡ଼ିଥାଏ। କେବଳ ଏତିକି ନୁହେଁ,ଏନେଇ ବ୍ୟକ୍ତିର ଲଗାତାର ମୁଣ୍ଡଘୁରିବା ସମସ୍ୟା ବି ଉପୁଜେ।

୫- ଏଥିସହିତ ଏସିର କୁପ୍ରଭାବ ବ୍ୟକ୍ତିର ତ୍ୱଚା ଉପରେ ପଡ଼ିଥାଏ। ଫଳରେ ଏସିର ବ୍ୟବହାର ତ୍ୱଚାର ପ୍ରାକୃତିକ ନମନୀୟତାକୁ ସମାପ୍ତ କରିଦେଇ ତ୍ୱଚାକୁ ଶୁଷ୍କ କରିଦିଏ।

ସମ୍ବନ୍ଧିତ ଖବର