ଆଜିକାଲି ଲୋକମାନଙ୍କର ଦୃଷ୍ଟିଶକ୍ତି ଦୁର୍ବଳ ହେବାରେ ଲାଗିଛି । ଯାହାଦ୍ୱାରା ଲୋକମାନେ ମୋଟା ମୋଟା ଫ୍ରେମ୍ର ଚଷମା ପିନ୍ଧିବାକୁ ବାଧ୍ୟ ହେଉଛନ୍ତି । କିନ୍ତୁ ବଜାରକୁ କଣ୍ଟାକ୍ଟ ଲେନ୍ସ ଆସିବା ପରେ ଏବେ ଲୋକମାନେ ଚଷମା ବଦଳରେ ଏହାକୁ ଲଗାଇବା ଆରମ୍ଭ କରିଛନ୍ତି । ଏହା ଦ୍ୱାରା ସେମାନଙ୍କୁ ଭଲ ଲୁକ୍ ମିଳୁଛି ସତ କିନ୍ତୁ ଏହାର ଅନେକ ପାର୍ଶ୍ବ ପ୍ରତିକ୍ରିୟା ମଧ୍ୟ ରହୁଛି । ସେଥିପାଇଁ ଏହାକୁ ବ୍ୟବହାର କରିବା ପୂର୍ବରୁ ଅନେକ ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ଆସନ୍ତୁ ଜାଣିବା କଣ୍ଟାକ୍ଟ ଲେନ୍ସ ଲଗାଇଲେ କ’ଣ କ’ଣ ଅସୁବିଧା ହୋଇଥାଏ ?
୧. କିଛି ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଲେନ୍ସ ବ୍ୟବହାର କରନ୍ତି। ଏହାଦ୍ୱାରା ଆଖି ଶୁଷ୍କ ହେବାକୁ ଲାଗିଥାଏ। ଅଧିକ ସମୟ ପିନ୍ଧି ରହିବା ଦ୍ୱାରା ଆଖି ପୋଡ଼ିବାକୁ ଲାଗିଥାଏ ।
୨. ଯଦି ଆପଣ ପ୍ଲାଷ୍ଟିକ ବା ସିଲିକନ୍ ଲେନ୍ସ ବ୍ୟବହାର କରୁଛନ୍ତି, ତେବେ ଏହାକୁ ଅଧିକ ସମୟ ଲଗାଇ ରଖିବା ଦ୍ୱାରା ଆଖି ବିନ୍ଧିବାକୁ ଲାଗିଥାଏ । ଏହି ସମସ୍ୟା ଦେଖାଗଲେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।
/sambad/media/post_attachments/3912f861edb1cc64956744d1bc4cbeb93f68fa21fcf993a4c7f2a49b29fa778c.jpg)
୩.ଅଧିକ ସମୟ ଧରି ସଫ୍ଟ ଲେନ୍ସ ବ୍ୟବହାର କରିବା ଦ୍ୱାରା ଆଖିରେ ଇଣ୍ଟ୍ରାକୁଲାର ନାମକ ତରଳ ପଦାର୍ଥ ତିଆରି ହୋଇଥାଏ ଯାହା ଅଖିର ରେଟିନାରେ ଜମା ହୋଇଯାଇଥାଏ। ଯାହାଦ୍ବାରା ଦେଖିବାରେ ଅସୁବିଧା ହୋଇଥାଏ ।
୪.ଯଦି ଆପଣ ସବୁ ଦିନ ଲେନ୍ସ ବ୍ୟବହାର କରୁଛନ୍ତି, ତେବେ ତାକୁ ସଲ୍ୟୁସନ୍ରେ ବୁଡ଼ାଇ ଭଲ ଭାବେ ସଫା କରି ପିନ୍ଧନ୍ତୁ। ନହେଲେ ଆଖି ଲାଲ ପଡ଼ିବା ସହ ସଂକ୍ରମଣ ହୋଇ ଯାଇଥାଏ ।