ଭୁବନେଶ୍ୱର: ଆପଣ ଚା’ ପିଇବାକୁ ଭଲ ପାଆନ୍ତି କି? ଯଦି ହଁ, ତେବେ ଏହି ଖବରଟି ଆପଣଙ୍କୁ ଜାଣିବାର ନିହାତି ଆବଶ୍ୟକତା ରହିଛି । କାରଣ ଆପଣ ପ୍ରତିଦିନ ଚା’ ମାଧ୍ୟମରେ ଶରୀରକୁ ବିଷ ନେଉଛନ୍ତି। ଆପଣଙ୍କ ଘରେ ବା ଦୋକାନରେ ଚା’ ଛଣାଯିବାବେଳେ ଆପଣ ପ୍ଲାଷ୍ଟିକ ଚା’ ଛଣା ଦେଖିଥିବେ। ଏହା ମୁଖ୍ୟତଃ ଶସ୍ତା ହୋଇଥିବାରୁ ପ୍ରାୟ ସମସ୍ତେ ଏହାକୁ ହିଁ ବ୍ୟବହାର କରନ୍ତି।
ଏହି ପ୍ଲାଷ୍ଟିକ ଛଣାରୁ ବାହାରିଥିବା ବିଷ ଆପଣଙ୍କ କପେ ଚା’ରେ ହିଁ ଥାଏ। ତେବେ ଚା’ ଛଣାରେ ବିଷ କେଉଁଠୁ ଆସିଲା ବୋଲି ଆପଣ ଭାବୁଥିବେ। ତାତିଥିବା ଚା’ ଯୋଗୁଁ ପ୍ଲାଷ୍ଟିକ କଣିକା ଯାହା ଆମ ଆଖିକୁ ଦେଖାଯାଇ ନଥାଏ, ପ୍ଲାଷ୍ଟିକରୁ ଖସି ଚା କପକୁ ଆସିଯାଇଥାଏ। ସେହିପରି ପ୍ଲାଷ୍ଟିକ ନିର୍ମାଣରେ ୪ ହଜାର ରାସାୟନିକ ପଦାର୍ଥ ବ୍ୟବହାର ହୋଇଥାଏ। ଆଉ ଆମେ ଯେତେବେଳେ ଚା’ ପିଉଥାଉ, ଏହା ଆମ ଶରୀର ଭିତରକୁ ଯାଇଥାଏ। ଚା ପିଇବା ଦ୍ବାରା ଆମ ଶରୀରରେ ଅନେକ କ୍ଷତି ହୋଇଥାଏ।
ଚା’ ପିଇବା ଦ୍ବାରା କ’ଣ ସବୁ ସମସ୍ୟା ଉପୁଜେ:
: ଚା’ରେ ଅତଧିକ କ୍ୟାଫେନ୍ ଥିବା ହେତୁ ନିଦ୍ରାହୀନତା ସମସ୍ୟା ଦେଖାଯାଏ।
: ହଜମ ପକ୍ରିୟା ବି ପ୍ରଭାବିତ ହୋଥାଏ ଚା’ ପିଇବା ଦ୍ବାରା।
: ହୃଦ୍ ରୋଗ ବୃଦ୍ଧି ପାଏ।
: ଗର୍ଭକାଳୀନ ସମସ୍ୟା ଦେଖାଦିଏ।
: ଶରୀରରୁ ଜଳୀୟ ଅଂଶ କମିଯାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/07/12/new-project-2025-07-12-10-11-36.jpg)