ଜାଣନ୍ତୁ, କେଉଁସବୁ ଫଳ ଖାଇଲେ ଖାଦ୍ୟ ଭଲ ହଜମ ହୁଏ

ଆମମାନଙ୍କ ଭିତରେ  ଏମିତି ବି ଲୋକ ଅଛନ୍ତି, ଯେଉଁମାନେ କୁହନ୍ତି ଯେ ସେମାନଙ୍କୁ ଭୋକ ଲାଗୁନି। ଖାଇବାକୁ ଇଚ୍ଛା ହେଉନି। ଏକଥା କହୁଥିବା ଲୋକଙ୍କ ଠାରେ ହଜମ କ୍ରିୟାଜନିତ ସମସ୍ୟା ଅଛି ବୋଲି ଧରିବାକୁ ହେବ। ପ୍ରଥମେ ଜାଣିବାକୁ ହେବ ଯେ କାହିଁକି ଏମିତି ହୁଏ?

ଯଦି ଦିନ ଭିତରେ ଆପଣ ଅନ୍ୟୁନ ଛଅ ଘଣ୍ଟା ନ ଶୋଇଥାନ୍ତି, ତେବେ ଏହା ଏକ ଅନିୟମିତ ଜୀବନଶୈଳୀ ବୋଲି ଧରିବାକୁ ହେବ।ଏହା ହଜମକ୍ରିୟାରେ ବାଧା ସୃଷ୍ଟି କରିଥାଏ।

photo-amarujala

ସେଓ, ଅମୃତଭଣ୍ଡା, କମଳା, ଅଙ୍ଗୁର ଆଦି ଫଳ ଖାଇଲେ  ହଜମ କ୍ରିୟା ଭଲ ହୋଇଥାଏ। ଭୋଜନରେ ସାଲାଡ୍‌, ଧନିଆ ପତ୍ର, କଦଳୀ, ବ୍ରୋକଲି ଆଦି ଖାଦ୍ୟ ସାମିଲ କରିଲେ ତାହା ବି ଅଧିକ ଉପଯୋଗୀ ହେବ।

ଆଉ ଏକ କଥା ହେଲା ଯେ ଖାଦ୍ୟର ସିଡ୍ୟୁଲ୍‌ ପ୍ରସ୍ତୁତ କରନ୍ତୁ। ଏହା ଆପଣଙ୍କ ଉପରେ ନିର୍ଭର କରେ, ଦିନକୁ ତିନି ଥର ପେଟ ପୁରା ଭୋଜନ କରି ପାରନ୍ତି, ତେବେ ୫-୬ ଥର କମ୍‌ କମ୍‌ ଖାଦ୍ୟ ଗ୍ରହଣ କରିପାରନ୍ତି।

ପ୍ରାକୃତିକ ଉପାୟରେ ଏହି ସମସ୍ୟାରୁ ମୁକ୍ତ ହୋଇପାରିବେ। ଏଥିପାଇଁ ଆପଣଙ୍କୁ ବ୍ୟାୟାମ କରିବା ଉଚିତ। ସୂର୍ଯ୍ୟ ନମସ୍କାର, କପାଳଭାତି ଓ  ପବନ ମୁକ୍ତାସନଆଦି ଯୋଗାସନ ଏଥିପାଇଁ ସବୁଠାରୁ ଭଲ।

 

 

 

ସମ୍ବନ୍ଧିତ ଖବର