ଏଥିପାଇଁ ବି ବୈବାହିକ ଜୀବନରେ ଝଡ ଦେଖାଦିଏ !

ଆଜିର ଆଧୁନିକ ଜୀବନ ଶୈଳୀରେ ରହି ଯେଉଁମାନେ ବାସ୍ତବତାକୁ ହୃଦୟଙ୍ଗମ କରନ୍ତି ନାହିଁ ସେମାନଙ୍କର ବୈବାହିକ ଜୀବନରେ ଝଡ ଦେଖାଦିଏ । ପତିପତ୍ନୀଙ୍କ ଭିତରେ ମତଭେଦ ଦେଖା ଦିଏ । ଏହି ମତଭେଦ ସେମାନଙ୍କର ବୈବାହିକ ଜୀବନକୁ ଅସଫଳ କରି ଦିଏ । ଉଭୟଙ୍କ ଭିତରେ ହତାଶାଭାବ, ନିରାଶାଭାବ ଯୋଗୁ ପତି ପତ୍ନୀ ମନର ଖୁସି, ସୁଖ ମାନସିକ ତୃପ୍ତିକୁ ଘର ବାହାରେ କୌଣସି ତୃତୀୟ ବ୍ୟକ୍ତି ଠାରେ ଖୋଜନ୍ତି ଯାହା କେବଳ ତାଙ୍କୁ ବଦନାମୀ ଛଡା ଆଉ କିଛି ଦିଏ ନାହିଁ । ଏହା ଅନେକ ସମୟରେ ଖରାପ ପରସ୍ଥିତି ବି ସୃଷ୍ଟି କରିଥାଏ।

ପତିଙ୍କୁ ସୁନା ଅଣ୍ଡାଦିଆ କୁକୁଡା ଓ ୨୪ ଘଣ୍ଟିଆ ଚାକର ବୋଲି ଭାବୁଥିବା ଆଧୁନିକ ପତ୍ନୀ ସ୍ୱାମୀଙ୍କର କାର୍ଯ୍ୟ ଶୈଳୀ , ଯୋଗ୍ୟତା,ରୋଜଗାର, ସାମାଜିକ ବିଚାର, ସିଦ୍ଧାନ୍ତ, ନୀତି ଓ ଆଦର୍ଶକୁ ବିଚାରକୁ ନିଅନ୍ତି ନାହିଁ। ପତ୍ନୀଙ୍କୁ ଏକଥା ବୁଝିବା ଦରକାର ଯେ କାର୍ଯ୍ୟ କ୍ଷେତ୍ରରେ ପତିକୁ ଅନେକ ଶାରୀରିକ ଓ ମାନସିକ କଷ୍ଟ କରିବାକୁ ପଡିଥାଏ । ଅଧିନସ୍ଥ କର୍ମଚାରୀ, ସହ କର୍ମୀ ଓ ବରିଷ୍ଠ ସାଥୀ ମାନଙ୍କର ସହଯୋଗର ଆବଶ୍ୟକତା ପଡ଼ିଥାଏ । ନିଜର ପ୍ରଶାସନିକ ପ୍ରତିଷ୍ଠାକୁ ବଞ୍ଚାଇବା ପାଇଁ ସେମାନଙ୍କୁ ଅନେକ କଷ୍ଟ କରିବାକୁ ପଡିଥାଏ ।

ଆମ ସମାଜରେ ଏପରି ସଫଳ ପତିଙ୍କର ଅଭାବ ନାହିଁ , ଯିଏ କି ଆଧୁନିକ ପତ୍ନୀ ମାନଙ୍କର ନିଜର ଉଚ୍ଚ ସାମାଜିକ ପ୍ରତିଷ୍ଠାର ପ୍ରଦର୍ଶନ ସହ ନିଜର ଗ୍ଲାମର୍‌ ଓ ଭୌତିକତାର ଚମକକୁ ବାହାରେ ପ୍ରଦର୍ଶନ କରିଛନ୍ତି । ଏପରି ପତ୍ନୀ ନିଜର ସ୍ୱାମୀଙ୍କର ପ୍ରତିଷ୍ଠାରେ ଗର୍ବିତ ହୁଅନ୍ତି ଓ ଆହୁରି ଉପରକୁ ଉଠିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି ଏବଂ ରାତି ହେଲେ ଚାହାଁନ୍ତି ଯେ ସ୍ୱାମୀ ତାଙ୍କ ସହ ସଜବାଜ ହୋଇ କକ୍‌ଟେଲ୍‌ ପାର୍ଟିକୁ ଯାଆନ୍ତେ ଓ ତାଙ୍କର ସ୍ୱପ୍ନର ରାଜକୁମାର ହୋଇ ତାଙ୍କ ସହ ଘୁରି ବୁଲନ୍ତେ ।

photo-youtube

ଘରେ ସବୁବେଳେ ରହୁଥିବା ସ୍ୱାମୀଙ୍କୁ ଆଧୁନିକ ପତ୍ନୀ ‘ଲଲୁରାମ’ କହି ଅପମାନ ଦିଏ ବା ‘ବ୍ୟାକ୍‌ଓ୍ଵାର୍ଡ’ କହି ସ୍ୱାମୀର କାର୍ଯ୍ୟକୁ ବ୍ୟବହାରକୁ ନିନ୍ଦା କରେ । ଏପରି ସ୍ୱାମୀ ପତ୍ନୀର ଅନର୍ଗଳ କଥାକୁ ନା ଧ୍ୟାନ ଦିଅନ୍ତି ନା ତାଙ୍କ ଉପରେ କିଛି ପ୍ରଭାବ ପଡେ । ଏପରି ପତିପତ୍ନୀଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥାଏ ଯାହା, ପାରିବାରିକ ଜୀବନରେ ଅସନ୍ତୋଷ ସୃଷ୍ଟି କରେ ।ଏହା ବେଳେ ବେଳେ ଚରମ ସୀମାରେ ବି ପହଞ୍ଚିଥାଏ ଯାହାର ପରିଣାମ ସାରା ପରିବାରକୁ ଭୋଗିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର