ଶୀତ ଦିନେ ଏଭଳି ଆଣନ୍ତୁ କେଶରେ ଚମକ

ଶୀତ ଦିନେ ତ୍ୱଚା ଏବଂ କେଶର ଖାସ୍‌ ଧ୍ୟାନ ରଖିବାକୁ ପଡ଼ିଥାଏ । କେଶ ଶୁଷ୍କ ହେବା ସହ ଋପି ହେବାର ସମସ୍ୟା ମଧ୍ୟ ଦେଖାଯାଇଥାଏ । କେଶକୁ ଠିକ୍‌ ରଖିବା ପାଇଁ ଯଦି କୌଣସି ଉପାୟ ନ ଆପଣା ଯାଏ ତେବେ କେଶ ଶୁଷ୍କ ହୋଇ ଝଡ଼ିବାକୁ ଲାଗିଥାଏ । ତେବେ ଶୀତ ଦିନେ ହେଉଥିବା କେଶଜନିତ ଅନେକ ସମସ୍ୟାକୁ ଏହି ସବୁ ଉପାୟ ଆପଣାଇ ଦୂର କରି ପାରିବେ । ଆସନ୍ତୁ ଜାଣିବା ସେ ବିଷୟରେ……

୧. ମହୁ କେଶକୁ ନରମ କରିବା ସହ କେଶ ମୂଳକୁ ମଜବୁତ୍‌ କରିଥାଏ । ଗୋଟେ ପାତ୍ରରେ ଅଣ୍ଡା ଏବଂ କଞ୍ଚା ମହୁକୁ ମିଶାନ୍ତୁ । ଏହି ମିଶ୍ରଣକୁ କେଶରେ ଲଗାଇ ଭଲ ଭାବରେ ମାଲିସ କରନ୍ତୁ । ୩୦ମିନିଟ୍‌ ରଖିବା ପରେ ବ୍ୟବହାର କରୁଥିବା ସମ୍ପୋରେ କେଶକୁ ଭଲ ଭାବରେ ଧୋଇ ନିଅନ୍ତୁ ।

boldsky.com

୨. ଶୀତ ଦିନେ କେଶର ରୁକ୍ଷପଣ ଦୂର କରିବା ପାଇଁ ଘି କୁଆଁରୀର ବ୍ୟବହାର ଅତ୍ୟନ୍ତ ଲାଭଦାୟକ । ଘି କୁଆଁରୀର ଗୋଟେ ପତ୍ର ଦେଇ ଭିତରେ ଥିବା ଧଳା ଅଂଶକୁ କାଢ଼ି ନିଅନ୍ତୁ । ପରେ ଏଥିରେ ଲେମ୍ବୁ ରସ ମିଶାଇ କେଶରେ ଭଲ ଭାବରେ ଲଗାନ୍ତୁ । ୧୫ମିନିଟ୍‌ ରଖିବା ପରେ ଭଲ ଭାବରେ କେଶକୁ ଧୋଇ ନିଅନ୍ତୁ । କିଛି ଦିନ ମଧ୍ୟରେ ଆପଣ ଫରକ ଜାଣି ପାରିବେ ।

boldsky.com

୩. ହାଡ଼ଭଙ୍ଗା ଶୀତରେ କଦଳୀ ଏବଂ ଅଲିଭ୍‌ ତେଲର ମିଶ୍ରଣ କେଶକୁ ସୁସ୍ଥ ରଖିଥାଏ । ପାଚିଲା କଦଳି ନେଇ ତାହାର ପେଷ୍ଟ ତିଆରି କରନ୍ତୁ । ସେଥିରେ କିଛି ବୁନ୍ଦା ଅଲିଭ୍‌ ତେଲ ପକାଇ ଭଲ ଭାବରେ ମିଶାଇବା ଦ୍ୱାରା କେଶରେ ଲଗାନ୍ତୁ । ୩୦ମିନିଟ୍‌ ରଖିବା ପରେ ଭଲ ଭାବରେ ଧୋଇ ନିଅନ୍ତୁ । ଶୀତ ଦିନେ ଏହି ଉପାୟ ଆପଣଙ୍କ କେଶକୁ ସୁସ୍ଥ ରଖିବ ।

boldsky.com
ସମ୍ବନ୍ଧିତ ଖବର