ଭଲ  ନ ଶୁଅନ୍ତି ବା ବ୍ୟାୟାମ ନ କରନ୍ତି , ଏହି ରୋଗର ଆଶଙ୍କା ଅଧିକ !

ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ,୨୦ରୁ ୩୦ ବର୍ଷୀୟ ଯୁବତୀମାନଙ୍କ ମଧ୍ୟରୁ ଯେଉଁମାନେ ଆଇ ବି .ଏଫ୍‌ ଟ୍ରିଟ୍‌ମେଣ୍ଟ୍‌ କରନ୍ତି,ସେମାନଙ୍କୁ ବ୍ରେଷ୍ଟ୍‍ କ୍ୟାନ୍‌ସର ହେବାର ଆଶଙ୍କା ଥାଏ। ଯଦି ଆପଣ ୨୪ ଘଣ୍ଟାରୁ ମାତ୍ର ଛଅ ଘଣ୍ଟା ଖୁବ୍‌ ଭଲ ନିଦରେ ନ ଶୁଅନ୍ତି,ତେବେ ଆପଣଙ୍କୁ ବ୍ରେଷ୍ଟ କ୍ୟାନ୍‌ସର ହେବାର ଆଶଙ୍କା ବି କମିଯାଏ। ଯଦି ଭଲ ଭାବେ  ଶୁଅନ୍ତି ତେବେ ଏହି ରୋଗର ଆଶଙ୍କା ଚାଳିଶି ପ୍ରତିଶତ କମିଯାଏ।

ୟୁନିଭର୍ସିଟି ଅଫ୍‌ ନର୍ଥକେରୋଲୀନା ରେ କରାଯାଇଥିବା ଅନୁସନ୍ଧାନରୁ ଜଣାଯାଇଛି ଯେଉଁ ମହିଳା ପ୍ରତି ସପ୍ତାହରେ ଅନ୍ୟୁନ ଦୁଇଘଣ୍ଟା ବ୍ୟାୟାମ କରନ୍ତି ନାହିଁ , ତାଙ୍କୁ ବ୍ରେଷ୍ଟ୍‍ କ୍ୟାନ୍‌ସର ହେବାର ଆଶଙ୍କା ଯଥେଷ୍ଟ ଅଧିକ ଥାଏ। ନିୟମିତ ବ୍ୟାୟାମ କରିଲେ ଓଜନ ଉପରେ ନିୟନ୍ତ୍ରଣ ରହିଥାଏ।

ଯେଉଁ ମହିଳାମାନେ ଲୋଫ୍ୟାଟ୍‌ ଡ଼ାଏଟ୍‌ ନିଅନ୍ତି ନାହିଁ ସେମାନଙ୍କଠାରେ ଏହି ରୋଗ ଅଧିକ ଦେଖା ଦିଏ । ସେମାନଙ୍କ ରକ୍ତର ଫିମେଲ୍‌ ହରମୋନ୍‌ ଇନ୍‌ଷଟ୍ରାଜନ୍‌ ସ୍ତର କମ୍‌ ହୋଇଥାଏ। ଏହାଫଳରେ ସେମାନଙ୍କ ରକ୍ତରେ  ରକ୍ତର ଫିମେଲ୍‌ ହରମୋନ୍‌ ଇନ୍‌ଟ୍ରୋଜିନ୍‌ ସ୍ତର କମ୍‌ ହୋଇଥାଏ। ଏହାଫଳରେ ସେମାନଙ୍କ ଠାରେ ବ୍ରେଷ୍ଟ୍‍ କ୍ୟାନ୍‌ସର ହେବାର ଆଶଙ୍କା ହ୍ରାସ ପାଇଯାଏ।

 

ସମ୍ବନ୍ଧିତ ଖବର