ଏମିତିକା ଭୁଲ୍‌ ପାଇଁ ଦକ୍ଷତା ଥିଲେ ବି ମିଳେ ନାହିଁ ସଫଳତା! ଏହି ୭ ଗୁଣ ଉପରେ ଆୟତ୍ତ ରଖିଲେ ଆପଣ ବି ହୋଇଯିବେ ଦିଗ୍‌ବିଜୟୀ

ସଫଳତା ଏକ ଅପେକ୍ଷିକ ତତ୍ୱ। ସମସ୍ତଙ୍କ ପାଇଁ ଏହାର ଅର୍ଥ ଭିନ୍ନ। ସଫଳତା ମାପିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନାହିଁ। ତେବେ ନିଜ ନିଜ ହିସାବରେ ସଫଳ ହେବାକୁ କିଏ ବା ଚାହେଁନା! ହେଲେ ସଫଳତା ପାଇବା ଆଉ ଇଚ୍ଛା ରଖିବା ଦୁଇଟି ଭିନ୍ନ କଥା। ସଫଳ ହେବା ପାଇଁ ହେଲେ କେତୋଟି ନିର୍ଦ୍ଦିଷ୍ଟ କଥା ପ୍ରତି ଗୁରୁତ୍ୱ ଦେବାକୁ ହେବ। ଏ ସଂପର୍କରେ ଭଗବାନ ଶ୍ରୀକୃଷ୍ଣ କହି ଯାଇଛନ୍ତି। ଚାଲନ୍ତୁ ଜାଣିବା ଆମ ଭିତରେ ଥିବା କେଉଁ ଗୁଣକୁ ଆମେ ଅଣଦେଖା କରିବା ଦ୍ୱାରା ସଫଳ ହୋଇପାରିବା।

: ଦୁର୍ବଳ ଲୋକେ ସଦା ଭାଗ୍ୟକୁ ଦୋଷ ଦେଇଥାନ୍ତି। ନିଜ ଭୁଲ୍‌କୁ ଅଣଦେଖା କରି ଭାଗ୍ୟ ଉପରେ ସବୁ କିଛି ଲଦି ଦେଇଥାନ୍ତି। ମନେରଖନ୍ତୁ, ସଫଳତା ଭାଗ୍ୟ ନୁହେଁ ବରଂ କର୍ମ ଉପରେ ନିର୍ଭର କରେ।

: ଅନ୍ୟ ଦକ୍ଷତା ଥାଇ ମଧ୍ୟ ବେଳେ ବେଳେ ବ୍ୟକ୍ତି ସେ ପରିମାଣରେ ଫଳ ପାଇନଥାନ୍ତି। ମନେରଖନ୍ତୁ, ଗୋପନୀୟତା ରକ୍ଷା କରିବା ଏକ ଉତ୍ତମ ଗୁଣ। ନିଜର ଦୁର୍ବଳ କିମ୍ବା ସବଳ ପଣକୁ ଅନ୍ୟ ଆଗରେ କୁହନ୍ତୁ ନାହିଁ। ଏହା ସଫଳତାର ବାଧକ ହୋଇଥାଏ।

: ଅଧିକାଶଂ ଲୋକ ଖୁବ୍‌ ବିବ୍ରତ ପ୍ରକୃତିର ହୋଇଥାନ୍ତି। ସବୁକିଛି ତତ୍‌କ୍ଷଣାତ ହାସଲ କରିବାକୁ ଚାହାନ୍ତି। ଧୀର ପାଣି ପଥର କାଟେ ବୋଲି ଉକ୍ତିଟି ଆପଣ ଜାଣିଥିବେ ନିଶ୍ଚୟ। ସଫଳ ହେବାକୁ ହେଲେ ନିଜକୁ ସ୍ଥିର କରନ୍ତୁ।

: ଆବଶ୍ୟକତାଠାରୁ ଅଧିକ ଗପିବା ବ୍ୟକ୍ତିର ଏକ ଦୁର୍ବଳପଣ। ଏହା ଅନେକଗୁଡ଼ିଏ ସମସ୍ୟାରେ ପକାଇପାରେ। ସବୁବେଳେ ନିଜ କଥା ଓ ଭାଷା ଉପରେ ଆୟତ୍ତ ରଖନ୍ତୁ। ମନେରଖନ୍ତୁ ନିଜ ଅଜାଣତରେ କିଛି ଗୁଢ଼ କଥା ଯେପରି ପାଟିରୁ ଖସି ନଯାଏ।

:ସବୁବେଳେ ଅନ୍ୟ ଉପରେ ଦୃଷ୍ଟି ଦେଉଥିବା ବ୍ୟକ୍ତି କେବେ ବି ଜୀବନରେ ସଫଳ ହୋଇପାରନ୍ତି ନାହିଁ। ସଫଳ ହେବାକୁ ହେଲେ ନିଜ କର୍ମ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଅନ୍ୟକୁ ଉପହାସ କରିବା, ମଜାକ ଉଡ଼ାଇବା ସଫଳ ବ୍ୟକ୍ତିର ପରିଚୟ ନୁହେଁ।

: ବେଳେ ବେଳେ ଭୟ ମଣିଷକୁ ମାର୍ଜିତ କରେ। ମାତ୍ର ସବୁ କ୍ଷେତ୍ରରେ ଭୟ ମଣିଷକୁ ଅଯୋଗ୍ୟ କରିଦିଏ। କିଛି କରିପାରିବାର ସାମର୍ଥ ଥିଲେ ଭୟ ହେତୁ ତାହାକୁ ଅଣଦେଖା କରନ୍ତୁ ନାହିଁ।

: ଅନ୍ୟକୁ ଅନୁସରଣ କରିବା ଭଲ କଥା, ମାତ୍ର ଅନୁକରଣ କରିବା ଆଦୌ ବି ଭଲ କଥା ନୁହେଁ। ପ୍ରତ୍ୟେକ ମଣିଷର ଦକ୍ଷତା ଭିନ୍ନ। ତେଣୁ, ଆପଣ ନିଜ ଦକ୍ଷତା ଅନୁସାରେ କାର୍ଯ୍ୟ କରନ୍ତୁ। କାହାକୁ ଅନୁକରଣ କରି ଅପଦସ୍ତ ହୁଅନ୍ତୁ ନାହିଁ।

ସମ୍ବନ୍ଧିତ ଖବର