ଏପରି ଲୋକଙ୍କୁ କେବେ ବିଶ୍ୱାସ କରନ୍ତୁ ନାହିଁ!

ପ୍ରତ୍ୟେକ ସଂପର୍କ ବିଶ୍ୱାସର ମୂଳଦୁଆ ଉପରେ ତିଷ୍ଠି ରହେ। ଯେଉଁଠି ବିଶ୍ୱାସ ନାହିଁ, ସେଠି ହୁଏତ ସଂପର୍କ ହିଁ ନାହିଁ। ତେବେ, ଯେକୌଣସି ବ୍ୟକ୍ତିକୁ ଆଖି ବୁଜି ବିଶ୍ୱାସ କରିବା ସଂପର୍କକୁ ସମ୍ମାନ ନୁହେଁ ବରଂ ନିଜକୁ ଅନ୍ଧାର ଭିତରକୁ ଠେଲି ଦେବା ସହ ସମାନ। ଆଜି ଆସନ୍ତୁ ଜାଣିବା କେଉଁ ଧରଣର ଲୋକଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ। ସେମିତି ଲୋକଙ୍କୁ ବିଶ୍ୱାସ କରିବା ଅର୍ଥ ନିଜକୁ ବୁଝିନପାରିବା।

ଏମିତି ଅନେକ ଲୋକ ଥାଆନ୍ତି ସଂପର୍କକୁ ବଞ୍ଚାଇବା ପାଇଁ ମିଛର ସାହାରା ନିଅନ୍ତି। ଅନେକ କଥା ଗୁପ୍ତ ରଖନ୍ତି। ସଂପର୍କକୁ ବଞ୍ଚାଇବା ପାଇଁ ତାଙ୍କର ଉଦ୍ୟମ ପ୍ରଶଂସାଯୋଗ୍ୟ ହୋଇପାରେ ମାତ୍ର ସେମାନେ ବିଶ୍ୱାସ ଯୋଗ୍ୟ ନୁହଁନ୍ତି।

ଅନ୍ୟ ସମ୍ମୁଖରେ ତୁମକୁ ସାହାରା ଦେଇ ପାରିବାର ସାମର୍ଥ୍ୟ ରଖୁନଥିବା ବ୍ୟକ୍ତି ବି ବିଶ୍ୱାସଯୋଗ୍ୟ ନୁହଁନ୍ତି। ଏମିତି ଅନେକ ଲୋକ ଥାଆନ୍ତି ଗୁପ୍ତ ଭାବେ ଖୁବ୍‌ ସମବେଦନା ଦେଖାନ୍ତି ମାତ୍ର ସର୍ବସାଧାରଣରେ ଅଚିହ୍ନା ପାଲଟି ଯାଆନ୍ତି। ସେ ଧରଣର ବ୍ୟକ୍ତି ତ ଆଦୌ ବିଶ୍ୱାସ ଯୋଗ୍ୟ ନୁହଁନ୍ତି।

କେହି ଯଦି ତା’ର ପୂର୍ବ ସଂପର୍କକୁ ଅଣଦେଖା କରି ତୁମକୁ ସହାରା ଦେବାକୁ ଆସିଥାନ୍ତି ତେବେ ଧରିନିଅନ୍ତୁ ସେ ଜଣେ ପ୍ରତାରକ। ଭବିଷ୍ୟତରେ ତୁମ ସହ ବି ସେପରି ହୋଇପାରେ। କାହା ସହ ଘନିଷ୍ଠ ହେବା ପୂର୍ବରୁ ପ୍ରଥମେ ସେ ତାଙ୍କ ସଂପର୍କଗୁଡ଼ିକୁ କିପରି ତୁଲାଇଛନ୍ତି ସେ ବିଷୟରେ ନିଶ୍ଚିତ ହୁଅନ୍ତୁ।

ସମ୍ବନ୍ଧିତ ଖବର