ବିବାହର ପ୍ରଥମ ରାତିରେ କରନ୍ତୁନି ଏହି ଭୁଲ, ବୈବାହିକ ଜୀବନ ବିଗିଡ଼ି ଯାଇପାରେ

ବର୍ତ୍ତମାନ ଚାଲିଛି ବିବାହ ଋତୁ। ବିବାହ ସାତ ଜନ୍ମର ବନ୍ଧନ ହୋଇଥାଏ । ପୁଅ ହୁଅନ୍ତୁ ବା ଝିଅ ସମସ୍ତେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି । ଖାସ୍‌ କରି ପ୍ରଥମ ରାତିକୁ ନେଇ ଉଭୟଙ୍କ ମନରେ ଭୟ ଏବଂ ଖୁସି ରହି ଥାଏ । ସେହି ସମୟରେ କ’ଣ କଥା ହେବେ, କ’ଣ କଥା ହେବେ ନାହିଁ, ତାହା ସମସ୍ତେ ଭାବିଥାନ୍ତି । ଡ଼ରରେ କିଛି ଲୋକ ଜୀବନସାଥୀକୁ ଏମିତି କଥା କହି ଦିଅନ୍ତି ଯାହା ସମ୍ପର୍କକୁ ଖରାପ କରିଦିଏ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ବିବାହର ପ୍ରଥମ ରାତିରେ କେଉଁ ସବୁ କଥା ନ ହେବା ଦରକାର ।

୧. ବିବାହର ପ୍ରଥମ ରାତିରେ ଅତୀତ ବିଷୟରେ କଥା ହୁଅନ୍ତୁ ନାହିଁ । ଏହା ଆପଣଙ୍କ ନବନିର୍ମିତ ସମ୍ପର୍କକୁ ଖରାପ କରିବା ସହ ପ୍ରଥମ ରାତିକୁ ମଧ୍ୟ ଖରାପ କରିଦେବ । ଏ ବିଷୟରେ କଥା ନ ହୋଇ କିପରି ଏହି ଦିନଟିକୁ ସ୍ମରଣୀୟ କରିବେ ସେ ବିଷୟରେ ଭାବନ୍ତୁ ।

୨. ପ୍ରଥମ ରାତିରେ ବିବାହ ସମୟରେ ଝିଅ ବା ପୁଅ ଘର ପକ୍ଷରୁ ହୋଇଥିବା ଅସୁବିଧା ବିଷୟରେ କଥା ହୁଅନ୍ତୁ ନାହିଁ । ଏହା ଆପଣଙ୍କ ସାଥୀଙ୍କ ମନକୁ ଦୁଃଖ ଦେବା ସହ ପ୍ରଥମ ରାତିକୁ ଖରାପ କରିଦେବ । ଏ କଥା ନ ହୋଇ ଆପଣଙ୍କ ସାଥୀକୁ ପ୍ରଶଂସା କରନ୍ତୁ । ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ ।

୩. ବିବାହର ପ୍ରଥମ ରାତିରେ ଦୁଇ ଜଣ ପରସ୍ପରର ଖରାପ ଅଭ୍ୟାସ ବିଷୟରେ କଥା ହୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଝଗଡ଼ା ହେବା ସହ ଆପଣଙ୍କର ବୈବାହିକ ଜୀବନକୁ ଖରାପ କରିଦେବ ।

୪. ଯଦି ଆପଣ ବିବାହ ପୂର୍ବରୁ କେବଳ ନିଜେ କଥା କହିବା ଅଭ୍ୟାସ ରଖିଛନ୍ତି, ତେବେ ତାହା ବଦଳାନ୍ତୁ । କାରଣ ବିବାହ ପରେ ଦୁଇ ଜଣଙ୍କୁ ଦୁଇ ଜଣଙ୍କ କଥା ଶୁଣିବାର ଅଭ୍ୟାସ ରଖିବାକୁ ପଡ଼ିବ । ତା’ ନହେଲେ ପ୍ରଥମ ରାତିରୁ ହିଁ ସମ୍ପର୍କ ଖରାପ ହୋଇଯିବ ।

୫. କିଛି ଲୋକ ନିଜର ପ୍ରଥମ ରାତିରେ ନିଶା ସେବନ କରନ୍ତି । ଯଦି ଆପଣ ଏପରି କରିବେ ବୋଲି ଭାବୁଛନ୍ତି ତେବେ ନିଜର ମନ ବଦଳାଇ ଦିଅନ୍ତୁ । କାରଣ ଏପରି କରିବା ଦ୍ୱାରା ଆପଣଙ୍କ ସାଥୀ ଆପଣଙ୍କୁ ଭୁଲ ବୁଝିବା ଆରମ୍ଭ କରିବା ସହ ଦୂରତା ଅବଲମ୍ବନ କରିପାରନ୍ତି ।

ଯଦି ଆପଣ ଏବେ ଏବେ ବିବାହ କରିଛନ୍ତି ତେବେ ଏଭଳି ଭୁଲ ଜମାରୁ ବି କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର