ରାତିରେ ଏହି ସବୁ କାର୍ଯ୍ୟ କରିବା ପାଇଁ ଉଭୟ ପୁରାଣ ଓ ବିଜ୍ଞାନ ବାରଣ କରେ

କାର୍ଯ୍ୟ କରିବା ପାଇଁ କ’ଣ କିଛି ସମୟ ଥାଏ? ନିଶ୍ଚୟ ଥାଏ। ନହେଲେ ଦିନ ଆଉ ରାତି ପୃଥକ ହୋଇନଥାନ୍ତା। ସବୁ କାମ ସବୁ ସମୟରେ କରିହୁଏନା। ସବୁ କାମ ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଛି। ମାତ୍ର ଆମେ ବ୍ୟସ୍ତବହୁଳତା ବାକି ପଡ଼ିଥିବା କିମ୍ବା ଆଗୁଆ କାମ ରାତିରେ କରିଥାଉ। ମାତ୍ର ମନେ ରଖନ୍ତୁ ଏମିତି କାର୍ଯ୍ୟ ଅଛି ଯାହାକୁ ଉଭୟ ପୁରାଣ ଏବଂ ବିଜ୍ଞାନ ରାତିରେ କରିବାକୁ ବାରଣ କରେ। ସେ ବିଷୟରେ ନିମ୍ନରେ ଉଲ୍ଲେଖ କରାଯାଇଛି।

ପୂର୍ବରୁ ଯଦିଓ ନଥିଲା ମାତ୍ର ଆଜିକାଲି ଆଧୁନିକ ଯୁଗର ଲୋକ ନିଜର ପୋଷାକପତ୍ର ରାତି ସମୟରେ ସଫା କରିଥାନ୍ତିି। ତାହା କରିବା ଅନୁଚିତ। ପୁରାଣ ଏହାକୁ ଏକ ନୀତିବିହୀନ କାର୍ଯ୍ୟ ବୋଲି କହିବା ବେଳେ ଏହା ପଛରେ ବୈଜ୍ଞାନିକ ମତ ବି ରହିଛି। ପ୍ରତ୍ୟେକ ପୋଷାକ ଧୁଆ ହେବା ପରେ ସୂର୍ଯ୍ୟକିରଣରେ ଶୁଖିବା ନିହାତି ଦରକାର। ରାତିରେ ପୋଷାକ ଧୋଇଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିପାରେନା। ସେ ପୋଷାକ ତ୍ୱଚା ପାଇଁ ଠିକ୍‌ ହୋଇନଥାଏ। ଏହାଛଡ଼ା ରାତିରେ ପୋଷାକ ଧୋଇଲେ ଥଣ୍ଡା ହେବାର ସମ୍ଭାବନା ବି ରହିଛି।

ରାତିରେ ଘର ଝାଡ଼ିଲେ ଲକ୍ଷ୍ମୀ ଛାଡ଼ି ଯାଆନ୍ତି ବୋଲି ବିଶ୍ୱାସ ରହିଛି। ମାତ୍ର ଏହା ପଛରେ ଏକ ବୈଜ୍ଞାନିକ ମତ ବି ରହିଛି। ଘର ଝାଡ଼ିବାର ଅନେକ ସମୟ ପର୍ଯ୍ୟନ୍ତ ଛୋଟ ଛୋଟ ଧୂଳିକଣିକା ସବୁ ସେ ଘରେ ଉଡ଼ିବୁଲନ୍ତି। ରାତି ଯେହେତୁ ବିଶ୍ରାମ ସମୟ, ସେ ଧୂଳିକଣିକା ଗୁଡ଼ାକୁ ଆମ ଶୋଇବା ଅବସ୍ଥାରେ ଆସି ନାକ, କାନେ ଆଦିରେ ପଶିଯାଆନ୍ତି। ଯାହାକି ସଂକ୍ରାମକ ଜନୀତ ରୋଗର କାରଣ ପାଲଟିଥାଏ।

ରାତିରେ ମୁଣ୍ଡରେ ତୈଳ ଲଗାଇବାକୁ ପୁରାଣ ବାରଣ କରେ। ରାତିରେ ମୁଣ୍ଡରେ ତେଲ ଲଗାଇଲେ ଘରକୁ ବିପଦ ମାଡ଼ିଆସେ ବୋଲି ବିଶ୍ୱାସ ରହିଛି। ଏହାର ବୈଜ୍ଞାନିକ ମତ ହେଉଛି ତେଲ ପାଖରେ ଧୂଳି ଧାରଣ କ୍ଷମତା ସବୁଠାରୁ ଅଧିକ ରହିଛି। ରାତିରେ ତେଳ ଲଗାଇଲେ ତକିଆ, ବେଡ୍‌ସିଟ୍‌ କିମ୍ବା କମ୍ବଳରେ ଥିବା ଧୂଳିସବୁ ମୁଣ୍ଡରେ ପଶେ। ଯେଉଁଧୂଳି ସାଧାରଣ ଆଖିକୁ ଦିଶେ ନାହିଁ ବା ଦେହରେ ଲାଗେ ନାହିଁ ତାହାକୁ ତୈଳ ଧାରଣ କରିପାରେ। କେଶ ଝଡ଼ିବାର ଏହା ଏକ ପ୍ରମୁଖ କାରଣ ହୋଇଥାଏ।

ସମ୍ବନ୍ଧିତ ଖବର