ଗାଧୋଇବାକୁ ଗଲା ବେଳେ ଆମେ କ’ଣ କିଛି ଭାବି କି ଯାଇଥାନ୍ତି? ଆମ ଜାଣତରେ ଅନେକ ଗୁଡ଼ାଏ ଭୁଲ୍‌ ଆମ ଦ୍ୱାରା ହୋଇଯାଇଥାଏ, ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଆମ ଦେହ ଖରାପର କାରଣ ହୋଇଥାଏ। ସେସବୁକୁ ଜାଣିଲେ ଆମେ କିଛି ପରିମାଣରେ ଅସୁସ୍ଥତାକକୁ ଦୂରେଇ ଦେଇପାରିବା। ତେବେ, ଚାଲନ୍ତୁ ଜାଣିବା ଗାଧେଇ ଗଲା ବେଳେ କେଉଁ ସବୁ ଭୁଲ୍‌ କରିବା ନାହିଁ।

Advertisment

publive-image

ଅଧିକାଂଶ ଲୋକ ଗାଧୋଇବାର କିଛି ସମୟ ପୂର୍ବରୁ ଦେହରେ ହଳଦୀ ଲଗାଇଥାନ୍ତି। ତାହା ଖୁବ୍‌ ଭଲ କଥା। ହଳଦୀରେ ଚର୍ମ ରୋଗ ଦୂର କରିବାର ଶକ୍ତି ଅଛି। ହଳଦୀ ଲଗାଇ ଗାଧୋଇବା ଦ୍ୱାରା ତ୍ୱଚା ଉତ୍ତର ରହିଥାଏ। ମାତ୍ର ମନେ ରଖନ୍ତୁ ଯେଉଁଦିନ ହଳଦୀ ଲଗାଉଛନ୍ତି ସେଦିନ ଦେହରେ ସାବୁନ କିମ୍ବା ବଡି ସାମ୍ପୋ ଲଗାଇବେ ନାହିଁ। ହଳଦୀ ଏବଂ ରସାୟନର ମିଶ୍ରଣ ଶରୀର ଉପରେ ମନ୍ଦ ପ୍ରଭାବ ପକାଇଥାଏ।

publive-image

ଅଧିକାଂଶ ଲୋକଙ୍କର ଡେଟଲ୍‌, ସୁଥଲ୍‌ କିମ୍ବା ସାଭ୍‌ଲନ ଆଦି ଜଳରେ ମିଶାଇ ଗଧୋଇବାର ଅଭ୍ୟାସ ରହିଥାଏ। ତାହା ବି କିଛି ମନ୍ଦ କଥା ନୁହେଁ। ମାତ୍ର ମନେ ରଖନ୍ତୁ ମୁହଁକୁ ସବୁବେଳେ ସ୍ୱଚ୍ଛ ଜଳରେ ଧୋଇବେ। ରସାୟନ ମିଶିଥିବା ପାଣି ମୁହଁରେ ପଡ଼ିବା ଅସୁସ୍ଥକର। ତାହା ଆଖି, ନାକ କିମ୍ବା ପାଟି ଆଦି ସଂସ୍ପର୍ଶରେ ନଆସିବା ଉଚିତ।

publive-image

ଅନେକ ଲୋକ ମୁଣ୍ଡରେ ସାମ୍ପୋ ଲଗାଇ ଦୀର୍ଘ ସମୟ ରଖନ୍ତି। ପ୍ରଥମେ ସାମ୍ପୋ ଲଗାଇ ତାପରେ ଅନ୍ୟାନ୍ୟ କାମ କରିଥାନ୍ତି। ମାତ୍ର ମନେ ରଖନ୍ତୁ ମୁଣ୍ଡରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାମ୍ପୋ ଲଗାଇ ରଖିଲେ ଥଣ୍ଡା, ଶ୍ୱାସ ଆଦି ବଢ଼ିଯିବାର ଭୟ ରହିଛି। ପାରୁଛନ୍ତି ଯଦି ଅନ୍ୟ କାମ ସବୁ ପ୍ରଥମେ ସାରି ଶେଷରେ ସମ୍ପୋ କରି ତୁରନ୍ତ ତଉଲିଆରେ ମୁଣ୍ଡ ପୋଛି ନିଅନ୍ତୁ।