ସୁସ୍ଥ ରହିବାକୁ ଚାହୁଁଥିଲେ ଏହି ସବୁ ଖ‌ାଦ୍ୟକୁ ରାତ୍ର ଭୋଜନ ତାଲିକାରୁ ନିଶ୍ଚୟ ବାଦ୍‌ ଦିଅନ୍ତୁ

ଏକଥା ସମସ୍ତେ ଜାଣନ୍ତି ‌ଯେ କାହାକୁ କେଉଁ ରୋଗ ହେବ ତାହା କେହି କହି ପାରେନା। ହେଲେ ଏକଥା ବି ଭାବନ୍ତୁ ଯେ ଅନେକ ରୋଗର କାରଣ ଆମେ ନିଜେ ହୋଇଥାଉ। ଖାଇବା, ପିଇବା, ଶୋଇବାର ଠିକ୍‌ ଠିକଣା ନରହିଲେ ରୋଗ ଧରିବା ସ୍ୱାଭାବିକ। ତେବେ ଚାଲନ୍ତୁ ଜାଣିବା ରାତିରେ କେଉଁ ଖାଦ୍ୟ ସବୁ ନଖାଇବା ଦ୍ୱାରା ଆମେ ସୁସ୍ଥ ଜୀବନ ବିତାଇ ପାରିବା।

ରାତିରେ ଦହି ଖାଆନ୍ତୁ ନାହିଁ। ରାତିରେ ଦହି ଭକ୍ଷଣ କରିବାକୁ ଉଭୟ ପୁରାଣ ଏବଂ ବିଜ୍ଞାନ ବାରଣ କରେ। ଦହିରେ ଅନେକ ଭଲ ଗୁଣ ରହିଛି। ମାତ୍ର ରାତିରେ ଦହି ଖାଇଲେ ବିପରୀତ ପ୍ରଭାବ ପଡ଼େ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କାହିଁକି ନା, ଦହି ଖାଇ ସଙ୍ଗେ ସଙ୍ଗେ ଶୋଇବା ଦ୍ୱାରା ଠିକ୍‌ ଭାବେ ହଜମ ହୋଇନଥାଏ।


The Meat Marche

ରାତିରେ ମାଂସ ଭକ୍ଷଣ ବି ଶରୀର ପ୍ରତି କ୍ଷତିକାରକ। ମାଂସକୁ ଫ୍ରିଜ୍‌ରେ ରଖି ଦିନେ, ଦୁଇ ଦିନ ପରେ ଖାଇଲେ ତାହା ମଧ୍ୟ ବିଶାକ୍ତ ପାଲଟିଯାଏ। ରାତିରେ ମାଂସ ଖାଇବା ତ ନିହାତି ଭାବେ ଅନୁଚିତ।

ଅଧିକାଂଶ ଭାରତୀୟ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ରାତିରେ ଭାତ ଖାଇବା ମାନେ ରୋଗକୁ ଡାକି ଆଣିବା ସହ ସମାନ। ଭାତ ଅତ୍ୟନ୍ତ ଗରିଷ୍ଠ ହୋଇଥିବାରୁ ରାତିରେ ଏହାକୁ ଭକ୍ଷଣ କଲେ ଶୀଘ୍ର ହଜମ ହୋଇନଥାଏ। ଖାଦ୍ୟ ଶୀଘ୍ର ହଜମ ନହେବା ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ରୁଟି ରାତି ଖାଦ୍ୟ ହିସାବରେ ସବୁଠାରୁ ଭଲ।

ସମ୍ବନ୍ଧିତ ଖବର