ସୁସ୍ଥ ରହିବାକୁ ଚାହାନ୍ତି? ରାତ୍ର ଭୋଜନରୁ ବାଦ୍ ଦିଅନ୍ତୁ ଏହି ସବୁ ଖାଦ୍ୟ
ମୃତ୍ୟୁ ଧୃବ ସତ୍ୟ। ତାହାକୁ କେହି ବି ବଦଳାଇ ପାରିବେ ନାହିଁ। ମାତ୍ର ଅସୁସ୍ଥ ହୋଇ ଅକାଳ ମରଣ କାହାକୁ ବା ଭଲ ଲାଗେ! ଆମେ ଭାବନ୍ତି କାହାକୁ କେଉଁ ରୋଗ ହେବ ତାହା କେହି ଜାଣେନା। ଏକଥା କିଛି ମାତ୍ରାରେ ଠିକ୍। ହେଲେ ଏକଥା ବି ଭାବନ୍ତୁ ଯେ ଅନେକ ରୋଗ ପାଇଁ ଆମେ ନିଜେ ଦାୟୀ ହୋଇଥାନ୍ତି। ଖାଇବା, ପିଇବା, ଶୋଇବାର ଠିକ୍ ଠିକଣା ନ ରହିଲେ ରୋଗ ମାଡ଼ି ଆସେ। ତେବେ ଚାଲନ୍ତୁ ଜାଣିବା ରାତିରେ କେଉଁ ସବୁ ଖାଦ୍ୟ ନ ଖାଇବା ଦ୍ୱାରା ଆମେ ସୁସ୍ଥ ଜୀବନ ବିତାଇ ପାରିବା।
Sambad is now on WhatsApp
Join and get latest news updates delivered to you via WhatsApp
-ରାତିରେ ଦହି ଖାଆନ୍ତୁ ନାହିଁ। ରାତିରେ ଦହି ଖାଇବାକୁ ଉଭୟ ପୁରାଣ ଏବଂ ବିଜ୍ଞାନ ବାରଣ କରେ। ଦହିରେ ଅନେକ ଭଲ ଗୁଣ ରହିଛି। ମାତ୍ର ରାତିରେ ଦହି ଖାଇଲେ ବିପରୀତ ପ୍ରଭାବ ପଡ଼େ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କାହିଁକି ନା, ଦହି ଖାଇ ସଙ୍ଗେ ସଙ୍ଗେ ଶୋଇବା ଦ୍ୱାରା ଠିକ୍ ଭାବେ ହଜମ ହୋଇପାରେ ନାହିଁ।
-ଅଧିକାଂଶ ଭାରତୀୟ ରାତିରେ ଭାତ ଖାଇବାକୁ ପସନ୍ଦ କରିଥାନ୍ତି। ମାତ୍ର ରାତିରେ ଭାତ ଖାଇବା ଅର୍ଥାତ ରୋଗକୁ ଡାକି ଆଣିବା ସହ ସମାନ। ଭାତ ଅତ୍ୟନ୍ତ ଗରିଷ୍ଠ ହୋଇଥିବାରୁ ରାତିରେ ଏହାକୁ ଭକ୍ଷଣ କଲେ ଭଲ ହଜମ ହୋଇନଥାଏ। ଖାଦ୍ୟ ଭଲ ହଜମ ନ ହେବା ଦେହ ପାଇଁ ଅତ୍ୟନ୍ତ କ୍ଷତିକାରକ। ରୁଟି ରାତି ଖାଦ୍ୟ ହିସାବରେ ସବୁଠାରୁ ଭଲ।
-ରାତିରେ ମାଂସ ଖାଇବା ବି ଶରୀର ପ୍ରତି କ୍ଷତିକାରକ। ମାଂସକୁ ଫ୍ରିଜ୍ରେ ରଖି ଦିନେ, ଦୁଇ ଦିନ ପରେ ଖାଇଲେ ତାହା ମଧ୍ୟ ବିଷାକ୍ତ ପାଲଟିଯାଏ। ରାତ୍ର ଭୋଜନରେ ଯେତେ ହାଲୁକା ଖାଦ୍ୟ ଖାଇବେ ସେତେ ଭଲ।
-ଏହି ଖାଦ୍ୟଗୁଡ଼ିକ ବ୍ୟତୀତ ରାତି ସମୟରେ କାକୁଡ଼ି, ଶାଗ, ପିତା ଜାତୀୟ ଖାଦ୍ୟ ଆଦି ଖାଇବାକୁ ବି ବାରଣ ରହିଛି।