ଖାଦ୍ୟ ସମସ୍ତଙ୍କ ଜୀବନର ଆଧାର। ହେଲେ ଜାଣନ୍ତି କି, ଯେକୌଣସି ଖାଦ୍ୟ ପ୍ରତ୍ୟେକ ସମୟରେ ଖାଇବା ସ୍ବାସ୍ଥ୍ୟପକ୍ଷେ ହିତକର ନୁହେଁ। କାରଣ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ରାତିରେ ଖାଇଲେ ଶରୀର ଉପରେ ନକାରାତ୍ମକ ପ୍ରଭାବ ପଡ଼ିପାରେ। ଜାଣିବା ରାତିରେ କ’ଣ ଖାଇବା ଉଚିତ ନୁହେଁ…
ତେଲ ମସଲାଯୁକ୍ତ ଖାଦ୍ୟ: ରାତ୍ର ଭୋଜନରେ ଏଭଳି ଖାଦ୍ୟକୁ ସାମିଲ କରିବା ଦ୍ୱାରା ସହଜରେ ଖାଦ୍ୟ ହଜମ ହୋଇ ନପାରି ଏସିଡିଟି, ଗ୍ୟାସ୍ ଓ ଛାତି ପୋଡ଼ିବା ଭଳି ସମସ୍ୟା ଉପୁଜିଥାଏ। ଏଣୁ ନିଦ୍ରାରେ ବାଧା ସୃଷ୍ଟି ହୋଇଥାଏ। ତେଣୁ ଏଭଳି ଖାଦ୍ୟ ରାତିରେ ଆଦୌ ଖାଆନ୍ତୁ ନାହିଁ ଏବଂ ଅନ୍ୟ ସମୟରେ ମଧ୍ୟ କମ୍ ଖାଆନ୍ତୁ। ଏହା ବଦଳରେ ଆପଣ ଅଳ୍ପ ତେଲ ମସଲାଯୁକ୍ତ ସୁଷମ ଖାଦ୍ୟ ଖାଇଲେ ସ୍ବାସ୍ଥ୍ୟ ପ୍ରତି ହିତକର।
ଫଳ: ଫଳ କାହାକୁ ବା ପସନ୍ଦ ନୁହେଁ! ତେବେ ଫଳ ମଧ୍ୟରେ ବର୍ଷର ସବୁ ସମୟରେ ସହଜରେ ମିଳୁଥିବା କଦଳୀ ଖାଇବାକୁ ପ୍ରାୟ ସମସ୍ତେ ଭଲପାଆନ୍ତି। ଏଥିରେ ଅନେକ ପୋଷକତତ୍ତ୍ୱ ମଧ୍ୟ ଭରି ରହିଛି। ହେଲେ ଏହାକୁ ରାତିରେ ଖାଇଲେ ହଜମ ହେବାରେ କଷ୍ଟ ହୋଇଥାଏ। ତା’ଛଡ଼ା ଏହାଦ୍ୱାରା ଛାତିରେ କଫ ଜମା ହେବାର ବି ଆଶଙ୍କା ଥାଏ।
ଚା, କଫି: ସକାଳୁ ଉଠିଲେ ଓ ଶୋଇବା ପୂର୍ବରୁ ଚା କିମ୍ବା କଫି ପିଇବାର ଅନେକଙ୍କର ଅଭ୍ୟାସ ରହିଛି। ହେଲେ ଏକ ଗବେଷଣା ଅନୁଯାୟୀ, ରାତିରେ ଏକ କପ୍ ଷ୍ଟ୍ରଙ୍ଗ୍ କଫି ପିଇବା ଦ୍ୱାରା ଏଥିରେ ଥିବା କ୍ୟାଫିନ୍ ଯୋଗୁଁ ୨ ଘଣ୍ଟାର ନିଦ୍ରା ନଷ୍ଟ ହୋଇଥାଏ। ତେଣୁ ଭଲ ନିଦ୍ରା ପାଇଁ ରାତିରେ ଏସବୁ ପିଇବା ଆଦୌ ହିତକର ନୁହେଁ।
ଚକୋଲେଟ୍: ଖାଇ ସାରିବା ପରେ କିଛି ମିଠା କିମ୍ବା ଚକୋଲେଟ୍ ଖାଇବାକୁ ବହୁତ ଲୋକ ପସନ୍ଦ କରନ୍ତି। ହେଲେ ରାତିରେ ଚକୋଲେଟ୍ ଖାଇଲେ ଏଥିରେ ଥିବା କ୍ୟାଫିନ୍ ନିଦ୍ରାହୀନତାର କାରଣ ସାଜିଥାଏ। ଏହାବ୍ୟତୀତ ଏଥିରେ ଅଧିକ ମାତ୍ରାରେ ଥିବା ଚିନି ବା ସୁଗାର୍ ମଣିଷଠାରେ ମେଦବହୁଳତା ସମସ୍ୟା ସୃଷ୍ଟି କରିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/10/new-project-22-2025-08-10-14-41-00.jpg)