ବିବାହ ପୂର୍ବରୁ ସାଥୀଙ୍କୁ ପଚାରନ୍ତୁ ଏହି ପାଞ୍ଚଟି ପ୍ରଶ୍ନ

ବିବାହ ପୂର୍ବରୁ ଜୀବନର ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିଥାଏ। କାରଣ ଏହା ହେଉଛି ସାରା ଜୀବନର କଥା। ଏଣୁ ଯାହାଙ୍କ ସହ ବାହାଘର ଠିକ୍‌ ହୋଇଛି ତାଙ୍କୁ ଅତି କମ୍‌ରେ ଏହି ପାଞ୍ଚଟି ପ୍ରଶ୍ନ ପଚାରି ଖୋଲାଖୋଲି ଆଲୋଚନା କରିବା ଉଚିତ।

ପ୍ରଥମତଃ ଆପଣ ତାଙ୍କୁ ନିଜର ଧର୍ମବିଶ୍ୱାସ ତଥା ଧାର୍ମିକ ଭାବନା ସଂପର୍କରେ ପଚାରନ୍ତୁ । ସେଥିରୁ ଆପଣ ନିଜେ କେତେ ଦୂର ତାଙ୍କ ସହ ଖାପଖୁଆଇ ପାରିବେ ତାହା ଜାଣି ପାରିବେ। ଦ୍ୱିତୀୟ କଥା ହେଲା ତାଙ୍କର କିଛି ନିୟମିତ ରୋଗ ବା ବଂଶଗତ ରୋଗ ଅଛି କି ବୋଲି ମଧ୍ୟ ସାଥୀଙ୍କୁ ପଚାରନ୍ତୁ । କାରର , ସଂପର୍କରେ ଜାଣିବାପରେ ତାହାର କିଭଳି ଚିକିତ୍ସା କରାଯିବ ସେଥିପ୍ରତି ଧ୍ୟାନ ଦେବେ,ଅଥବା ତାଙ୍କୁ ଜୀବନ ସାଥୀଭାବେ ବରଣ କରିବେ କି ନା ତାହା ସ୍ଥିର କରିବେ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯେ ପୂର୍ବରୁ ସାଥୀଙ୍କର ଅନ୍ୟ କାହା ସହ ଆଫେଆର୍‌ ଥିଲା କି ବୋଲି ବି ପଚାରି ପାରନ୍ତି। ତାହା କାହିଁକି ବିଫଳ ହୋଇଥିଲା ବୋଲି ମଧ୍ୟ ଜାଣିବାକୁ ଚେଷ୍ଟା କରନ୍ତୁ।

photo–cloudfront.net

ଆଉ ଏକ ବଡ଼ କଥା ହେଲା ଯେ ସାଥୀ ଛୁଟି କିଭଳି ବିତାଇବାକୁ ପସନ୍ଦ କରନ୍ତି ତାହା ଜାଣିବା ଉଚିତ। ସେଥିରୁ ଆପଣ ଜାଣି ପାରିବେ ସେ ଜନ୍ମଦିନ ବା ବିବାହ ବାର୍ଷିକୀକୁ କିଭଳି ସେଲିବ୍ରେଟ୍‌ କରିବାକୁ ଚାହାଁନ୍ତି । ବିବାହ ପୂର୍ବରୁ ସାଥୀଙ୍କୁ ଏ କଥା ବି ପଚାରନ୍ତୁ ଯେ ସେ ମ୍ୟାରେଜ୍‌ କାଉନସେଲିଂର ସହାୟତା ନେବାକୁ ଇଚ୍ଛୁକ କି ? କାରଣ ତାଙ୍କ ମନରେ କିଛି ସନ୍ଦେହ ଥିଲେ ତାହା ଦୂରୀଭୂତ ହୋଇ ପାରିବ।

ସମ୍ବନ୍ଧିତ ଖବର