ଶୋଇବା ସମୟରେ ଏହି ସବୁ ଜିନିଷକୁ ମୁଣ୍ଡପାଖରେ ରଖନ୍ତୁ ନାହିଁ!

ସାଧାରଣତଃ ଆମେ ଦିନଯାକ ଅନେକ କାର୍ଯ୍ୟ କଲାପରେ ରାତିରେ ବିଶ୍ରାମ ନେଇଥାଉ ବା ଶୋଇଥାଉ। ତେବେ ଏହି ଶୋଇବା ସମୟରେ ଆମେ ଏପରି କିଛି ଭୁଲ୍‌ କରିବସିଥାଉ, ଯାହକି ଆମର ସ୍ୱାସ୍ଥ୍ୟକୁ ଖରାପ କରିବା ସହିତ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଦିଏ। ତେବେ ଆଜି ଆମେ ଆପଣଙ୍କୁ ଶୋଇବା ସମୟରେ କ’ଣ ସବୁ ଜିନିଷ ପାଖରେ ରଖିବା ଅନୁଚିତ ହୋଇଥାଏ, ଏବଂ ବାସ୍ତୁ ଦୋଷ କରାଇଥାଏ ସେହି ବିଷୟରେ ଜଣାଇବୁ…

୧- ଚପଲ:- ଶୋଇବା ସମୟରେ ଆପଣଙ୍କ ପାଖାପାଖି ଚପଲ ରଖନ୍ତୁ ନାହିଁ। ବାସ୍ତୁ ଅନୁସାରେ ଚପଲକୁ ପାଖରେ ରଖିବା ଦ୍ୱାରା ଏହା ଆପଣଙ୍କ ଜୀବନରେ ଅସଫଳତାକୁ ଆଣିଦିଏ ଓ ମସ୍ତିଷ୍କରେ ମଧ୍ୟ ତାହାର ଖରାପ ପ୍ରଭାବ ପକାଏ। ଯାହାକି ଆପଣଙ୍କ ଏକାଗ୍ରତାରେ ବାଧା ଉପୁଯାଇଥାଏ।
୨-ତେଲ:- ବ୍ୟବହାର କରିବା ପାଇଁ ଆମେ ଶେଯ ପାଖରେ କେତେକ ଦରକାରୀ ସାମଗ୍ରୀକୁ ରଖିଥାଉ। ତେବେ ମନେରଖିବେ ଯେ ଯେପରି ଆପଣ କେବେବି ଆପଣଙ୍କ ଶେଯ ପାଖରେ ତେଲ ନ ରଖନ୍ତି ବୋଲି! ଖାସ୍‌କରି ଆପଣ ସେହିଦିଗରେ ତ ତେଲକୁ ଅଦୌ ହିଁ ରଖନ୍ତୁ ନାହିଁ, ଯେଉଁ ଦିଗରେ ଆପଣଙ୍କର ମୁଣ୍ଡ ରହିଛି। କାହିଁକିନା ବିଶ୍ୱାସ କରାଯାଏ ଯେ ଏହା ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟରେ ବାଧା ପହଁଚାଏ ଓ ତାକୁ ମଧ୍ୟ ଉଚିତ୍‌ ଫଳ ମିଳି ନଥାଏ।
୩-ରଶି:-ତେବେ ରଶିର ବହୁଳ ବ୍ୟବହାର ହେଉଥିଲେ ହେଁ ଶୋଇଲା ସମୟରେ ଏହାକୁ ପାଖରେ ରଖିବା ଅନୁଚିତ ହୋଇଥାଏ। ବାସ୍ତୁ ଅନୁସାରେ ଶୋଇବା ସମରେ ପାଖରେ ରହିଥବା ରଶିକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ। ଯାହାକି ମନୁଷ୍ୟର ପ୍ରତ୍ୟେକ କାର୍ଯ୍ୟରେ ବାଧା ଉପୁଯାଇଥାଏ।
୪-ଲୁଣ:-ବହୁ ଲୋକଙ୍କୁ ବେଡ଼୍‍ ପାଖରେ ଭୋଜନ କରିବାର ଅଭ୍ୟାସ ରହିଥାଏ।ଯେଉଁ କାରଣରୁ ସେମାନେ ବେଡ଼୍‍ ପାଖରେ ଲୁଣ ରଖିଥା’ନ୍ତି। ହେଲେ ବାସ୍ତୁଶାସ୍ତ୍ରରେ ଲୁଣକୁ ପାଖରେ ରଖିବାକୁ ପରିବାରରେ ଝଗଡ଼ା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଶୋଇବା ସମୟରେ ଆପଣ ଲୁଣକୁ ଆଦୌ ହେଲେ ବି ପାଖରେ ରଖନ୍ତୁ ନାହିଁ।
୫-ଝାଡ଼ୁ:-ଶୋଇବା ସମୟରେ ଝାଡ଼ୁ ଯଦି ମୁଣ୍ଡ ପାଖରେ ରହିଥାଏ ତ,ତେବେ ଏହା ବ୍ୟକ୍ତି ଜୀବନରେ ତାହାର ଅଶୁଭ ପ୍ରଭାବକୁ ପକାଇଥାଏ। ଯାହାକୁ ନେଇ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କିି,ଯଦି ଶୋଇବା ସମୟରେ ଝାଡ଼ୁ ମୁଣ୍ଡପାଖରେ ରଖାଯାଇଥାଏ ତ, ତେବେ ଏହା ତାହାର ଭାଗ୍ୟୋଦୟକୁ କରାଇଦିଏ ନାହିଁ।
୬-ମୋବାଇଲ୍‌ ଫୋନ୍‌-ଶୋଇବା ସମୟରେ ମୋବାଇଲ୍‌ ଫୋନ୍‌କୁ ମୁଣ୍ଡ ପାଖରେ ରଖନ୍ତୁ ନାହିଁ।ଏହା ମସ୍ତିଷ୍କ ଉପରେ ତାହାର ଖରାପ ପ୍ରଭାବ ପକାଇଥାଏ ବୋଲି ବୈଜ୍ଞାନିକ ମତ ରହିଛି।
୭-କପଡ଼ା:-କପଡ଼ା ଶରୀରର ଶୋଭା ବଢ଼ାଇଥାଏ। କ’ଣ ଆପଣ ଜାଣିଛନ୍ତି କି କପଡ଼ାକୁ ପୂର୍ବ ଦିଗରେ ଶୁଖାଇବା ଦ୍ୱାରା ଏହା ଆପଣଙ୍କ ଜୀବନରେ ଆସୁଥିବା ସଫଳତାରେ ବାଧା ଉପୁଯାଇଥାଏ। ବାସ୍ତୁ ଅନୁସାରେ ଯେଉଁ ଦିଗରେ ଆପଣ ମୁଣ୍ଡଥାଏ,ସେଠି କପଡ଼ା ରଖନ୍ତୁ ନାହିଁ କିମ୍ବା ଶୁଖାନ୍ତୁ ମଧ୍ୟ ନାହିଁ।

ସମ୍ବନ୍ଧିତ ଖବର