ଜୀବନରେ ଆମକୁ ବେଳେବେଳେ କିଛି ଲୋକଙ୍କ ପାଇଁ ବହୁତ ଚିନ୍ତାରେ ରହିବାକୁ ପଡ଼ିଥାଏ। ଯେଉଁ କାରଣକୁ ନେଇ ଆମେ ସେଭଳି ଲୋକଙ୍କୁ ଆଦୌ ପସନ୍ଦ କରିନଥାଉ। ଏମାନଙ୍କ କେବେ ନିଜ ଘରକୁ ଡାକିବା କିମ୍ବା ପାଖାପାଖି ଦେଖିବାକୁ ପସନ୍ଦ ଆସିନଥାଏ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ଏପରି କିଛି ୬ଟି ଶ୍ରେଣୀର ଲୋକଙ୍କୁ ନିଜ ଘରକୁ ଡାକିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଛନ୍ତି । କାରଣ ଏପରି ଲୋକଙ୍କର ପ୍ରବେଶ କାରଣରୁ ଘରେ ଖରାପ ପ୍ରଭାବ ପଡେ ।
ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦୋମୁହାଁ ଚରିତ୍ରର ବ୍ୟକ୍ତି ଅତ୍ୟନ୍ତ କ୍ଷତିକାରକ ଅଟନ୍ତି। କାରଣ ସେ ଆପଣଙ୍କ ସମ୍ମୁଖରେ ମିଠା ମିଠା କଥା କହି ଆପଣଙ୍କ ପିଠି ପଛରେ ନିନ୍ଦା କରିଥାନ୍ତି। ତେଣୁ ସେଭଳି ଚରିତ୍ରର ବ୍ୟକ୍ତିଙ୍କଠାରୁ ନିଜକୁ ଆଉ ନିଜର ପରିବାର ଠାରୁ ଦୂରେଇ ରଖନ୍ତୁ।
ଚରିତ୍ରହୀନ ବ୍ୟକ୍ତିଙ୍କଠାରୁ ଆପଣଙ୍କ ପରିବାରକୁ ଦୂରେଇ ରଖନ୍ତୁ। କାରଣ ସେମାନେ ଆପଣଙ୍କୁ ପ୍ରତ୍ୟେକ୍ଷରେ କ୍ଷତି ନ କରିଲେ ବି ପରୋକ୍ଷ ଭାବରେ କ୍ଷତି ପହଁଞ୍ଚାଇଥାନ୍ତି।
ଯେଉଁ ବ୍ୟକ୍ତି ଦୁଷ୍ଟ କାମ କରିଥାନ୍ତି ଓ ଯାହାଙ୍କ କର୍ମ ଦ୍ୱାରା ମାନବ ଜାତିର କ୍ଷତି ହୋଇଥାଏ,ସେହି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହୋଇଥାଏ।
ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ନୀଚ ବ୍ୟକ୍ତି ଅର୍ଥାତ୍ ଯେଉଁ ବ୍ୟକ୍ତି ଅଶିକ୍ଷିତ କିମ୍ବା ଅଭଦ୍ର ହୋଇଥାଆନ୍ତି ଆଉ ଯାହାଙ୍କୁ ସମାଜର ଚାଲିଚଳନ, ସଂସ୍କୃତି ଉପରେ ଜ୍ଞାନ ନଥାଏ, କିମ୍ବା ଯେଉଁ ବ୍ୟକ୍ତି ସମାଜର ନିୟମକୁ ପାଳନ କରନ୍ତି ନାହିଁ, ସେହିଭଳି ଲୋକଙ୍କୁ ମଧ୍ୟ ଆପଣଙ୍କର ଘରପରିବାରଠାରୁ ଦୂରେଇ ରଖନ୍ତୁ।
ଯେଉଁ ବ୍ୟକ୍ତି ଆପଣଙ୍କୁ କଷ୍ଟ ଦେଇଥାନ୍ତି,ସେହିଭଳି ବ୍ୟକ୍ତିଙ୍କ ସହ ସଂପର୍କ ରଖିବା ଉଚିତ୍ ହୋଇନଥାଏ। କାରଣ ଏଭଳି ବ୍ୟକ୍ତିଙ୍କ ଯୋଗୁଁ ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ଏହାଛଡ଼ା ଆପଣଙ୍କୁ ଅପମାନିତ କରୁଥିବା ବ୍ୟକ୍ତିଙ୍କ ଲାଗି ମଧ୍ୟ ଆପଣଙ୍କ ମନକୁ କଷ୍ଟ ଲାଗିଥାଏ। ସେହିଭଳି ଲୋକ ଆପଣଙ୍କ ଜୀବନରେ ରହିବାଟା ଉଚିତ ହୋଇନଥାଏ।କାରଣ ଏଭଳି ଲୋକ ପାଇଁ ଆପଣଙ୍କର ଏକାଗ୍ରତା ଭଗ୍ନ କରିବା ସହିତ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରିଥାନ୍ତି।