ଜୀବନରେ ଶାନ୍ତି ଚାହାନ୍ତି କି? ଏହି ସବୁ ସମୟରେ ଏସବୁ କାମ କରନ୍ତୁ ନାହିଁ

ସବୁ କିଛି ପାଇଁ କେତେକ ନିର୍ଦ୍ଦିଷ୍ଟ ନିୟମ ରହିଛି। ନିୟମ ବହିର୍ଭୂତ କାମ କଲେ ଜୀବନ ଆଶାନ୍ତିରେ ଭରିଯାଏ। ଜୀବନରେ ଶାନ୍ତି ବଜାୟ ରଖିବା ପାଇଁ ସଫଳତା କିମ୍ବା ଅର୍ଥ ପ୍ରାପ୍ତି ମାନଦଣ୍ଡ ନୁହେଁ। ଆମେ ନିଜେ ହିଁ ନିଜ ଜୀବନର ଶାନ୍ତି ଓ ଅଶାନ୍ତିର କାରଣ ବନିଥାଉ। ତେବେ, ନିମ୍ନରେ ଉଲ୍ଳେଖ କରାଯାଇଥିବା କଥାଗୁଡ଼ିକ ମାନି ଚଳିଲେ ଜୀବନରେ କେବେ ଦୁଃଖ ଆସିବ ନାହିଁ। ଆସନ୍ତୁ ଜାଣିବା ସେସବୁ କ’ଣ।

ଯଦି ଆପଣ କ୍ରୋଧରେ ଅଛନ୍ତି ତେବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। କ୍ରୋଧରେ ନିଆଯାଇଥିବା ନିଷ୍ପତି କେବେ ଅନୁକୂଳ ନିଷ୍ପତ୍ତି ହୋଇ ନଥାଏ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଥମେ ନିଜ ମନକୁ ଶାନ୍ତ କରନ୍ତୁ। ସୁସ୍ଥ ମସ୍ତିଷ୍କରେ ଚିନ୍ତା କରନ୍ତୁ। ତା’ପରେ ଯାଇ ନିଷ୍ପତ୍ତି ନେବେ।

ଖୁସି ଥିବା ସମୟରେ ବ୍ୟକ୍ତି ଅନେକ ପଣ କରି ଦେଇଥାଏ। ନିଜ ସାମର୍ଥ୍ୟରୁ ଊର୍ଧ୍ୱକୁ ଉଠି କଥା ଦେଇ ଥାଏ। ମାତ୍ର ଏପରି କରନ୍ତୁ ନାହିଁ। ଆପଣ ଯେତେବେଳେ ଅନେକ ଖୁସି ଅଛନ୍ତି ସେ ସମୟରେ କାହାକୁ କଥା ଦିଅନ୍ତୁ ନାହିଁ। ସାଧାରଣ ଅବସ୍ଥାରେ ଥିବା ବେଳେ ହିଁ ଅନ୍ୟକୁ କଥା ଦିଅନ୍ତୁ।

ଦୁଃଖରେ ଥିବା ବେଳେ ଭବିଷ୍ୟତ ଯୋଜନା କରନ୍ତୁ ନାହିଁ। ଦୁଃଖ ସମୟରେ କରାଯାଉଥିବା ଯୋଜନା ଭବିଷ୍ୟତକୁ ସଜାଡ଼େ ନାହିଁ ବରଂ ଉଜାଡ଼ି ଦେଇଥାଏ। ଯୋଜନା ନିର୍ଣ୍ଣୟ କରିବା ପୂବରୁ ମୁଣ୍ଡ ସ୍ଥିର କରି ଦୀର୍ଘ ସମୟ ଚିନ୍ତା କରନ୍ତୁ

ସମ୍ବନ୍ଧିତ ଖବର