ବ୍ୟବହୃତ ଗ୍ରୀନ୍‌-ଟି ବ୍ୟାଗ୍‌କୁ ଫୋପାଡ଼ି ଦିଅନ୍ତୁ ନାହିଁ, ଏହି ସବୁ ଗୁରୁତ୍ୱପୂର୍ଣ୍ଣ କାମରେ ଲଗାଇ ପାରିବେ

ଓଜନ କମାଇବାକୁ ଗ୍ରୀନ୍‌-ଟି (ସବୁଜ ଚା) ପିଉଛନ୍ତି କି? ଯଦି ପିଉଥାନ୍ତି ତେବେ ଖୁବ୍‌ ଭଲ କଥା। କାହିଁକି ନା, ଗ୍ରୀନ ଟି କେବଳ ଓଜନ ହ୍ରାସ କରିବାକୁ ନୁହେଁ ଏଥିରେ ଆହୁରି ଅନେକ ଭଲ ଗୁଣ ରହିଛି। ଦୈନିକ ଗ୍ରୀନ-ଟି ପିଇଲେ ମୁଖମଣ୍ଡଳରେ ଔଜଲ୍ୟତା ଆସେ। ଅନେକ ଧରଣର ପେଟ ରୋଗ ଭଲ ହୁଏ, ଥଣ୍ଡା କାଟେ ଓ ଏମିତି ଆହୁରି ଅନେକ। ମାତ୍ର ଗ୍ରୀନ-ଟି ହିଁ କାହିଁକି, ଏହାକୁ ପିଇସାରିବା ପରେ ଏହାର ବ୍ୟାଗକୁ ମଧ୍ୟ ଆପଣ ବିଭିନ୍ନ କାମରେ ଲଗାଇ ପାରିବେ। ତେବେ ଚାଲନ୍ତୁ ଜାଣିବା ଚା ପିଇ ସାରିବା ପରେ ଏହି ବ୍ୟାଗ୍‌କୁ ଆମେ କେଉଁ ସବୁ କ୍ଷେତ୍ରରେ ବ୍ୟବହାର କରିପାରିବା।

Purplle.com

: ଗ୍ରୀନ-ଟି ପିଇବା ପରେ ସେହି ବ୍ୟାଗ୍‌କୁ ଆପଣ ନ ଫୋପାଡ଼ି ରାତିରେ ନିଜ ଆଖି ଉପରେ ରଖିକି ଶୁଅନ୍ତୁ। ଫଳରେ ଆପଣଙ୍କ ଆଖି ତଳ କଳା ପଡ଼ିବା କମ୍‌ ହେବ।

: ଯଦି ଫୁଲ କୁଣ୍ଡରେ କିଛି ଗଛ ଲଗାଇଛନ୍ତି ତ ବ୍ୟବହୃତ ଚା ପତିକୁ ସେହି କୁଣ୍ଡରେ ଦିଅନ୍ତୁ ଗଛକୁ ବଢ଼ାଇବାରେ ଏହା ବିଶେଷ ସହାୟକ ହୋଇଥାଏ।

: ଯଦି ଶରୀରରେ କୌଣସି କଟା କିମ୍ବା ପୋଡ଼ା ଦାଗ ଅଛି ଓ ତାହା ସହଜରେ ଯାଉନାହିଁ ତେବେ ପିଇ ସାରିଥିବା ଚା ପତିକୁ ସେହି ଅଙ୍ଗରେ ପ୍ରତିଦିନ ଘଷନ୍ତୁ ଦେଖିବେ ଦାଗ କମ୍‌ ପଡ଼ିଯିବ।

: ଏହାକୁ ସୁଖାଇ ଗୁଣ୍ଡ କରି ଆପଣଙ୍କ କେଶରେ ଲଗାଉଥିବା ମେହେନ୍ଦୀରେ ବି ମିଶ୍ରଣ କରି ଲଗାଇ ପାରିବେ କେଶ ମସୃଣ ହେବ।

ସମ୍ବନ୍ଧିତ ଖବର