ଆପଣ ହୁଏତ ଅଧିକାଂଶ ସମୟରେ ଏକଥା ଅନୁମାନ କରିଥିବେ ଯେ ସକାଳ ଯେପରି କଟିଥାଏ ପୂରା ଦିନଟି ବି ସେହିପରି କଟିଥାଏ। ଦିନଟି ମୋଟାମୋଟୀ ଭାବେ ସକାଳ ଉପରେ ନିର୍ଭର କରେ। ଦିନଟି ଫୂର୍ତ୍ତିରେ କଟୁ ବୋଲି ଆପଣ ଚାହୁଁଛନ୍ତି କି? ତେବେ ସକାଳୁ ଉଠି କିଛି ଏପରି କରନ୍ତୁ ଯାହା ଫଳରେ ଆପଣଙ୍କ ପୂରା ଦିନଟି ଏକଦମ୍ ଭଲରେ କଟିବ।
-ସକାଳୁ ଉଠିବା ମାତ୍ରେ ଶୌଚ ସାରି ବାହାରେ ଖୋଲା ଆକାଶ ତଳେ ଟିକେ ବୁଲି ଆସନ୍ତୁ। ଅଥବା ଯୋଗ କରନ୍ତୁ। ଏପରି କରିବା ଦ୍ୱାରା ମନ ଫୂର୍ତ୍ତି ହୋଇଥାଏ।
-ଏହାପରେ ପଇଡ଼ ପାଣି ପିଅନ୍ତୁ। ଦେଖିବେ ଆପଣଙ୍କୁ ଆହୁରି ଫୂର୍ତ୍ତି ଲାଗିବ। ରାତିରେ ଖାଇଥିବା ଖାଦ୍ୟ ହଜମ ହୋଇଯିବା ପରେ ସକାଳୁ ସକାଳୁ ପେଟଟି ଏକମଦ ଖାଲି ଥାଏ। ଖାଲି ପେଟରେ ପଇଡ଼ ପାଣି ପଡ଼ିଗଲେ ଗ୍ୟାସ୍ ସମସ୍ୟା ମଧ୍ୟ ଦୂର ହୁଏ।
/sambad/media/post_attachments/wp-content/uploads/2018/07/Morning-300x178.jpg)
-ପାରୁଛନ୍ତି ଯଦି ସକାଳ ସମୟରେ କ୍ଷୀର ଚା’ ପରିବର୍ତ୍ତେ ନାଲି ଚା’ ପିଅନ୍ତୁ। ଅଦା ମିଶା ନାଲି ଚା’ କିମ୍ବା ସବୁଜ ଚା’ ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ।
-ସକାଳୁ ସକାଳୁ ଉଠି ମନ ପସନ୍ଦର ଗୀତ ଶୁଣିଲେ ପୂରା ଦିନଟି ଭଲରେ କଟେ। ଯଦି ଆପଣଙ୍କର ପସନ୍ଦ ତେବେ ଭଜନ ଶୁଣୁନ୍ତୁ। ଭଜନ ଶୁଣିଲେ ଦିନଟି ପ୍ରଭୂଙ୍କ ପ୍ରତି ସମର୍ପଣ ଭାବରେ କଟିଯାଏ, ସବୁ କିଛି ଭଲ ହିଁ ଘଟିଥାଏ।
-କିଛି କରିବା ପୂର୍ବରୁ ଯେକୌଣସି ବହି ପଢ଼ନ୍ତୁ। ପୁସ୍ତକ ଅଧ୍ୟୟନ କଲେ ଦିନ ସାରା ନିଜକୁ ସ୍ମାର୍ଟ ସ୍ମାର୍ଟ ଅନୁଭବ ହୋଇଥାଏ। କିଛି ପ୍ରେରଣାଦାୟୀ ପୁସ୍ତକ ପଢ଼ିଲେ ଖୁବ୍ ଭଲ ହୋଇଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/cant-wake-up-in-the-morning.jpg)