ସକାଳ ଆଠଟା ପୂର୍ବରୁ କରନ୍ତୁ ଏହି ସବୁ କାମ

ଆମେ ସକାଳେ କି କି କାମ କରିବା ଉଚିତ ଯାହାଫଳରେ ଆମର ଦିନଟି ଭଲରେ ଯିବ ଏବଂ ଆମେ ସୁସ୍ଥ ଅନୁଭବ କରିବା ତାହା ଜାଣିବା ଉଚିତ।ସକାଳେ ଉଠିବା ମାତ୍ରେ ଏକ ଗ୍ଲାସ ପାଣି ପିଇବା ଉଚିତ। ଏହା ଦ୍ୱାରା ଆମର ସ୍ୱାସ୍ଥ୍ୟ ଭଲ ରହିବ।ଏହି ସମୟରେ ଚା’ ବା କଫି ଅପେକ୍ଷା ପାଣି ପିଇବା ଭଲ,ପାଣିରେ ଲେମ୍ବୁ ମଧ୍ୟ ଚିପୁଡିପାରନ୍ତି। ସକାଳ ଆଠଟା ପୂର୍ବରୁ ଅତିକମ୍‌ରେ ୧୦ ମିନିଟ୍‌ ଯାଏଁ ବ୍ୟାୟାମ କରିବା ଉଚିତ।ଏହା ଛଡ଼ା ହାଲକା-ଫୁଲକା ଷ୍ଟ୍ରେଚିଂ କରିଲେ ବି ଆପଣଙ୍କର ମୁଡ଼ ଓ ଦିନଟା ଭଲ ଯାଏ।


ସକାଳେ ସ୍ନାନ କରିବା ପୂର୍ବରୁ କିଛି ସମୟ ପାଇଁ ଗଭୀର ନିଃଶ୍ୱାସ ନେଇ ଧ୍ୟାନ ନିଶ୍ଚିତ ଭାବେ କରନ୍ତୁ। ସକାଳର ଶୁଭାରମ୍ଭ ସକାରାତ୍ମକ ଓ ଖୁସିର ସହିତ କରିବା ଲାଗି ଇଶ୍ୱରଙ୍କୁ ସକାଳେ ନିଶ୍ଚିତ କୃତଜ୍ଞତା ଜଣାନ୍ତୁ। ରାତି ଆଠ ଘଣ୍ଟାର ଉତ୍ତମ ନିଦ୍ରା ପରେ ସକାଳେ ଅତିକମ୍‌ରେ ଛଅଟା ପୂର୍ବରୁ ଉଠିବା ଭଲ ଓ ଉପରୋକ୍ତ କାମ ସାରି ସକାଳ ୮ଟା ପୂର୍ବରୁ ପ୍ରାତଃ ଭୋଜନ ମଧ୍ୟ କରିନେବା ଭଲ।

ସମ୍ବନ୍ଧିତ ଖବର